November 21, 2024

ଗ୍ରାସିମ କମ୍ପାନୀ ଛାତ୍ରୀଛାତ୍ରଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ

Share

ଗ୍ରାସିମ କମ୍ପାନୀ ଛାତ୍ରୀଛାତ୍ରଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

-ଜାତୀୟ ରାଜପଥ ପାର୍ଶ୍ଵ ପୁଇଁତୋଳା ଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣା ପଡିଛି l ଗ୍ରାମବାସୀଙ୍କ ଉଦ୍ୟମରେ 1994 ରେ ସ୍ଥାପିତ ହୋଇଥିବା ଏହି ସ୍କୁଲଟି ନିଉ ଏଡେଡ଼ ସ୍କୁଲ ହୋଇଥିବା ହେତୁ ପ୍ରଶାସନର ଆଢୁଆଳ ଥିବା ବେଳେ କୌଣସି ସରକାରୀ ଅନୁଦାନ ଏହି ସ୍କୁଲକୁ ଆସୁନି l ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛି ସ୍ଥାନୀୟ ଗ୍ରାସୀମ କମ୍ପାନୀ l ଶନିବାର କମ୍ପାନୀ ପକ୍ଷରୁ ସ୍କୁଲ ପିଲାଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା l କମ୍ପାନୀ ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଓ ଇଲେକ୍ଟ୍ରିକାଲ ହେଡ଼ ନିଖିଲ ମାହେଶ୍ୱରୀ ପ୍ରମୁଖ ବଣ୍ଟନ କରିଥିଲେ l ସ୍କୁଲ ପରିଚାଳନା କମିଟି ସଭାପତି ଭଗବାନ ପ୍ରଧାନ, ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଦୁଇଟି ଶ୍ରେଣୀଗୃହ ଷଷ୍ଠ ଓ ସପ୍ତମରେ ମୋଟ 51 ଜଣ ଛାତ୍ରୀଛାତ୍ର ଅଧୟନ କରୁଛନ୍ତି l ସରକାରଙ୍କ ପକ୍ଷରୁ କେବଳ ମାଗଣା ଡ୍ରେସ,ବହି ଓ ମଧ୍ୟାହ୍ନ ଭୋଜନକୁ ଛାଡିଦେଲେ ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ l ମୁଖ୍ୟ ସମସ୍ୟା ପାନୀୟ ଜଳ ବ୍ୟବସ୍ଥା ନାହିଁ ଉକ୍ତ ସ୍କୁଲରେ l ନା ପିଲାଙ୍କୁ ଦିଆଯାଉଛି ଖେଳ ଉପକରଣ l ଏମିତିକି ସ୍କୁଲରେ ରଙ୍ଗ ଦେବା, ଚଖଡ଼ି, ଡଷ୍ଟର ଆଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉନ ଥିବା ପ୍ରଧାନ ଶିକ୍ଷକ ପଟ୍ଟନାୟକ କ୍ଷଭ ପ୍ରକାଶ କରିଛନ୍ତି l