November 21, 2024

ବାଘୁଆବାରି ବିଶେଶ୍ୱରପୁର କେନାଲବନ୍ଧ ପିଚୁ ରାସ୍ତା ମାତ୍ର ଦିମାସ ରେ ପିଚୁ ଉଠିଗଲା ।

Share

ବାଘୁଆବାରି ବିଶେଶ୍ୱରପୁର କେନାଲବନ୍ଧ ପିଚୁ ରାସ୍ତା ମାତ୍ର ଦିମାସ ରେ ପିଚୁ ଉଠିଗଲା ।
************************ ତିର୍ତ୍ତୋଲ :-ତିର୍ତ୍ତୋଲ ବ୍ଲକ ଅଧିନ ମୂଳିସିଂ ପଞ୍ଚାୟତ ଅନ୍ତର୍ଗତ , ବାଘୁଆବାରି ରେଲୱେ ଲେବଲକ୍ରଶିଂ ଠାରୁ ଯେଉଁ କେନାଲବନ୍ଧ ରାସ୍ତା ଟି କାବଲପୁର ଦେଇ ବିଶେଶ୍ୱରପୁର ଠାରେ ନୂଆପଡ଼ା ଠାରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲବନ୍ଧ ରାସ୍ତା ରେ ମିଶିଛି , ସେହି ରାସ୍ତାଟି ମାତ୍ର ୨/୩ ମାସ ପୂର୍ବରୁ ପିଚୁ ରାସ୍ତା ରେ ପରିଣତ କରଯାଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମୁନାଫାଖୋର ଓ ସଲସୁତରା ଯୋଗୁଁ ଏହି ପିଚୁ ରାସ୍ତା ନିର୍ମାଣରେ ଏତେ ନିମ୍ନ ମାନର କାମହୋଇଛି ଯେ ସେହି ପିଚୁଗୁଡ଼ିକ ଉଠିଯାଇଥିବାର ଦେଖିବାକୁ ମିଳିଛି । ଏହି କେନାଲବନ୍ଧ ରାସ୍ତାରେ ପ୍ରତିଦିନ ୨୦/୨୫ ଟି ପଞ୍ଚାୟତର ଲୋକମାନେ ଯାତାୟତ କରୁଥିବା ବେଳେ , ପ୍ରସିଦ୍ଧ ବିଭୂତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ପୀଠକୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁଭକ୍ତ ମାନେ ଯାତାୟାତ ନିମନ୍ତେ ନିର୍ଭର କରିଥାନ୍ତି। ମାତ୍ର ନିମ୍ନ ମାନର କାମ ପାଇଁ ରାସ୍ତା ଉପରୁ ପିଚୁ ଉଠିଯିବାରୁ , ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି ଏହି ରାସ୍ତା କାମ ଚାଲିଥିବାବେଳେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନେ ଠିକ ଭାବରେ ତଦାରଖ କରିଛନ୍ତି ତ ? ଆଉ ଯଦି ତଦାରଖ କରିଛନ୍ତି ତେବେ ମାତ୍ର ଦିନ କେଇଟା ପରେ ରାସ୍ତା ର ଦୂରାବସ୍ଥା ପାଇଁ ଦାୟୀ କିଏ ? ଠିକ ସେହିପରି ନୁଆପଡ଼ା ଠାରୁ କନକପୁର ସାରଳାହାଟ ପର୍ଯ୍ୟନ୍ତ ୧୨ ନମ୍ବର ସାରଳା କେନାଲବନ୍ଧ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହି ରାସ୍ତାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଜଳସମ୍ପଦ ବିଭାଗର ଉଚ୍ଚପଦସ୍ତ୍ ଅଧିକାରୀ ମାନେ ଏଥିପ୍ରତି ଯଥାର୍ଥ ଦୃଷ୍ଟି ଦେଇ ଓ ଅନୁଧ୍ୟାନ କରି ସମ୍ପୃକ୍ତ ଠିକାଦାର ସଂସ୍ଥା ବିରୁଦ୍ଧରେ ଦୃଢ଼ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !