ଉମରକୋଟ ସହର ଗଣେଶ ପୂଜା ପାଇଁ ଚଳଚଞ୍ଚଳ ପୂଜା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…….…..

ଉମରକୋଟ:(ଏମ୍ ଦୀନା°ଶୁ ଆଚାରୀ)
ଶ୍ରୀ ଗଣେଷଙ୍କର ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁଁ ସହଜରେ ଚିହ୍ନା ପଡ଼ନ୍ତି । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ସାରା ଦେଶରେ ଅତି ଧୂମ୍ ଧାମରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଣେଶ। କାରଣ ନୂତନ ଘରେ ପ୍ରବେଶ ହେଉ କି ଅଫିସ୍ ଶୁଭାରମ୍ଭ ହେଉ ଗଣେଶ ପୂଜା କରିବା ଦ୍ଵାରା ଶୁଭ ହୁଏ । କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ । କାରଣ ସେ ଅଷ୍ଟବିନାୟକ।ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସହର ଠୁ ନେଇ ଗ୍ରାମାଞ୍ଚଳ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ସହରର ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି। ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡ଼ି ଧାଡ଼ି କରି ଛିଡ଼ା ହୋଇ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଚଳିତ ବର୍ଷ ଗାନ୍ଧୀ ଛକ ଟାଉନ ଗଣେଷ ପୂଜା କମିଟି ପକ୍ଷରୁ ପାଳିତ ହେଉଛି ୫୦ ତମ ବର୍ଷ। ଏଇଥି ପାଇଁ ଉତ୍ସବ ମୁଖର ଉମରକୋଟ ସହର। ଗାନ୍ଧୀ ଛକ ଠାରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଉମରକୋଟ ସହରରେ ୧୦ ଦିନ ଧରି ଧୁମଧାମରେ ପାଳନ ହୁଏ ଗଣେଶ ପୂଜା । ସହରର ଟାଉନ ଗଣେଷ ପୂଜା କମିଟି ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରୁଥିବା ରୁ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି । ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭିଡ଼ ଦେଖି ବାକୁ ମିଳୁଛି। ଏଥିର ପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗାନ୍ଧୀ ଛକ ଟାଉନ ପୂଜା କମିଟି ତରଫରୁ ବାହାର ଜିଲ୍ଲା ରୁ ମୂର୍ତ୍ତି କରିଗର ଙ୍କୁ ଆଣି ବହୁତ ସୁନ୍ଦର ଭାବେ ଲାଲବାଗ ଭଳି ଗଣେଷ ମୂର୍ତ୍ତି ନିର୍ମାଣ କରାଯାଇଛି ଓ ପୁରା ଗାନ୍ଧୀ ଛକ କୁ ଲାଇଟ ତୋରଣରେ ସଜା ଯାଇଛି। ଉମରକୋଟ ସହର ସର୍ବ ପୁରାତନ ଗଣେଷ ପୂଜା ଏଠାରେ ନିରବିଚ୍ଛିନ୍ନ ଭାବରେ ୫୦ ବର୍ଷ ଧରି ପାଳନ କରାଯାଇଥିବାରୁ ସମସ୍ତ ସଦସ୍ୟ ଙ୍କ ମନରେ ଖୁସି ଅନୁଭବ ହୋଇଛି ।ପୂଜା ପ୍ରତେକ ଦିନ ସନ୍ଧ୍ୟା ରେ ହୋଉଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଭିଡ଼ ଜମୁଛି। ଟାଉଗଣେଶ ପୂଜା କମିଟି ତରଫରୁ ପ୍ରତେକ ଦିନ ସନ୍ଧ୍ୟା ସମୟରେ ଦର୍ଶକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ଓ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ଯ ଏହି ଅବସରରେ ଚଳିତ ବର୍ଷ ଗାନ୍ଧୀ ଛକ ଟାଉନ ଗଣେଷ ପୂଜା କମିଟି ପକ୍ଷରୁ ପାଳିତ ହେଉଛି ୫୦ ତମ ବର୍ଷ। ଏଇଥି ପାଇଁ ଉତ୍ସବ ମୁଖର ଉମରକୋଟ ସହର। ଗାନ୍ଧୀ ଛକ ଠାରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଉମରକୋଟ ସହରରେ ୧୦ ଦିନ ଧରି ଧୁମଧାମରେ ପାଳନ ହୁଏ ଗଣେଶ ପୂଜା । ସହରର ଟାଉନ ଗଣେଷ ପୂଜା କମିଟି ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରୁଥିବା ରୁ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି । ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭିଡ଼ ଦେଖି ବାକୁ ମିଳୁଛି। ଏଥିର ପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗାନ୍ଧୀ ଛକ ଟାଉନ ପୂଜା କମିଟି ତରଫରୁ ବାହାର ଜିଲ୍ଲା ରୁ ମୂର୍ତ୍ତି କରିଗର ଙ୍କୁ ଆଣି ବହୁତ ସୁନ୍ଦର ଭାବେ ଲାଲବାଗ ଭଳି ଗଣେଷ ମୂର୍ତ୍ତି ନିର୍ମାଣ କରାଯାଇଛି ଓ ପୁରା ଗାନ୍ଧୀ ଛକ କୁ ଲାଇଟ ତୋରଣରେ ସଜା ଯାଇଛି। ଉମରକୋଟ ସହର ସର୍ବ ପୁରାତନ ଗଣେଷ ପୂଜା ଏଠାରେ ନିରବିଚ୍ଛିନ୍ନ ଭାବରେ ୫୦ ବର୍ଷ ଧରି ପାଳନ କରାଯାଇଥିବାରୁ ସମସ୍ତ ସଦସ୍ୟ ଙ୍କ ମନରେ ଖୁସି ଅନୁଭବ ହୋଇଛି । ପୂଜା ପ୍ରତେକ ଦିନ ସନ୍ଧ୍ୟା ରେ ହୋଉଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଭିଡ଼ ଜମୁଛି। ଟାଉଗଣେଶ ପୂଜା କମିଟି ତରଫରୁ ପ୍ରତେକ ଦିନ ସନ୍ଧ୍ୟା ସମୟରେ ଦର୍ଶକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ଓ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ଯ।
