November 15, 2024

ଉମରକୋଟ ରେ ସ୍ମାର୍ଟ ମିଟର ତଥା ମିଟର ବାବଦକୁ ଆଦାୟ କରାଯାଉଥିବା ଭଡାକୁ ବିରୋଧ କରି ମହିଳା, ପୁରୁଷ ଉପୋଭୋକ୍ତା ଦାବିପତ୍ର ଦେଲେ…….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)

ବିଦ୍ୟୁତ ବିଭାଗ ପକ୍ଷରୁ ଲଗା ଯାଉଥିବା ସ୍ମାର୍ଟ ମିଟର ଓ ମିଟର ବାବଦକୁ ଆଦାୟ କରାଯାଉଥିବା ମାସିକ ଭଡାକୁ ବିରୋଧ କରି ମହିଳା, ପୁରୁଷ ଉପଭୋକ୍ତା ମାନେ ବିଦ୍ୟୁତ ବିଭାଗର ଏସଡିଓ ଙ୍କୁ ଦାବି ପତ୍ର ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି, ଯଦି ସମସ୍ୟାର ସମାଧାନ ଶୀଘ୍ର ନକରାଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ସୂଚନା ଅନୁଯାଇ TPSODL ପକ୍ଷରୁ ପ୍ରତ୍ୟକ ଘରେ ସ୍ମାର୍ଟ ମିଟର ଲଗାଇବାକୁ ବିଭାଗ ପକ୍ଷରୁ ବାଧ୍ୟ କରାଯାଉଛି, ଘରେ ମୁରବି ନଥିବା ସମୟରେ କାହାକୁ କିଛି ନକହି ଜୋର ଜବରଦସ୍ତ ମିଟର ଲଗାଯାଉଛି, ଯାହାର ମିଟର ଭଲ ଅଛି ତାକୁ ମଧ୍ୟ ବିଭାଗ ପକ୍ଷରୁ ବାହାର କରିଦିଆ ଯାଇ ସ୍ମାର୍ଟ ମିଟର ଲଗା ଯାଉଛି ଏବଂ ପୂର୍ବରୁ ଯେଉଁ ମିଟର ଲାଗିଥିଲା ସେଥିରେ ଉପଭୋକ୍ତା କୌଣସି ମିଟର ଭଡା ଦେଉ ନଥିବା ବେଳେ ବର୍ତ୍ତମାନ କିନ୍ତୁ ମିଟର ଭଡା ବାବଦକୁ ପ୍ରତି ମାସରେ ୬୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା। ସେହିଭଳି ସ୍ମାର୍ଟ ମିଟର ଲାଗିବା ପରେ ମାସିକ ବିଦ୍ୟୁତ ବିଲ ଦୁଇଗୁଣା ଆସୁଛି ତେଣୁ ଉମରକୋଟ ଠାରେ କୌଣସି ଘରେ ସ୍ମାର୍ଟ ମିଟର ଲଗା ନଯାଉ ଏବଂ ଯେଉଁ ଘର ମାନଙ୍କରେ ନୂତନ ମିଟର ଲାଗିଛି ତାକୁ ମଧ୍ୟ ବାହାର କରାଯାଉ ବୋଲି ଦାବି ପତ୍ର ଦିଆଯାଇଛି। ଲୋକଙ୍କ ଘରେ ନୂତନ ମିଟର ଲାଗୁଛି କିନ୍ତୁ ଖୋଦ ବିଦ୍ୟୁତ କାର୍ଯ୍ୟାଳୟ ଓ କିଛି ବଦ୍ୟୁତ କର୍ମଚାରୀଙ୍କ ଘର ମାନଙ୍କରେ ଏହି ନୂତନ ସ୍ମାର୍ଟ ମିଟର କଣ ପାଇଁ ଲଗା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗ କାରି ମାନେ।ଗରିବ ଲୋକଙ୍କ ଘର ଗୁଡିକରେ ସରକାର ମାଗଣାରେ ବିଦ୍ୟୁତ ସଂଯୋଗ କରି TPSODL ମାଧ୍ୟମରେ ଶୋଷଣ କରାଯାଉଛି ବୋଲି କହିଛନ୍ତି ଅଭିଯୋଗ କାରି।ଯଦି ଉପରୋକ୍ତଙ୍କ ସମସ୍ୟା କୁ ବିଭାଗ ପକ୍ଷରୁ ୧୫ ଦିନରେ ସମାଧାନ କାରା ନଯାଏ ତାହେଲେ ଘରୁ ମିଟର ବାହାର କରିଆଣି କାର୍ଯ୍ୟାଳୟ ଆଗରେ ଫିଙ୍ଗି ଦେବୁ ଏବଂ ଆନ୍ଦୋଳନ ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା।ଘଟଣାକୁ ନେଇ ବିଦ୍ୟୁତ ବିଭାଗ ର ଏସଡିଓ ସ୍ୱରୂପ କୁମାର ପତ୍ର କହିଛନ୍ତି କିଛି ଉପଭୋକ୍ତା ବିଦ୍ୟୁତ ବିଭାଗର ସ୍ମାର୍ଟ ମିଟର ଭଡା ବାବଦକୁ ଆଦାୟ କରାଯାଉଥିବା ଟଙ୍କା ଆଦାୟ କୁ ବିରୋଧ କରି ଦାବିପତ୍ର ଦେଇଛନ୍ତି, ଉପରିସ୍ଥ ଅଧିକାରୀ ଙ୍କ ନିର୍ଦେଶ ଅନୁସାରେ ସ୍ମାର୍ଟ ମିଟର ଲଗା ଯାଉଛି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଘରେ ସ୍ମାର୍ଟ ମିଟର ନଲାଗିବା କଥାକୁ କହିଛନ୍ତି ଯେ ସମସ୍ତଙ୍କ ଘରେ ଲାଗି ନାହିଁ ଧୀରେ ଧୀରେ ଲଗାଯିବ ବୋଲି କହିଛନ୍ତି, ସେହିଭଳି କାର୍ଯ୍ୟାଳୟ ର ପୁରୁଣା କୋଠା କୁ ନୂତନ କୋଠକୁ ସ୍ଥାନାନ୍ତର କରାଯିବ ବୋଲି ପୁରୁଣା କୋଠାରେ ସ୍ମାର୍ଟ ମିଟର ଲଗାଯାଇ ନାହିଁ ବୋଲି କହିଛନ୍ତି।ଉପୋଭୋକ୍ତା ଦେଇଥିବା ଦାବିପତ୍ର ଉପରିସ୍ଥ ଅଧିକାରୀଙ୍କୁ ପଠାଇଦେବି ବୋଲି ସୂଚନା ଦେଇଛନ୍ତି ବିଦ୍ୟୁତ ବିଭାଗ ଏସ ଡି ଓ ସ୍ୱରୂପ କୁମାର ପାତ୍ର।ଏହି ଦାବିପତ୍ର ଦେବା ସମୟରେ ସୁରଥ ଦାସ, ଲଷ୍ମୀ ପୂଜାରୀ, ମୁନା ପାଢ଼ୀ, ସଚିତ ଦାସ,ରାଜେନ୍ଦ୍ର ମହାରଣା, ଗୋପାଳ ରାଓ, ଖେମା ସେଠିଆ, ଧନସିଂ ରେଲି, ମଦନ ଗୌଡ଼, ଶୈଳବାଳା ପଣ୍ଡା, ଗୀତା ମହାରଣା, ଗାୟତ୍ରୀ ପ୍ରଧାନ, ପଦ୍ମିନୀ ଗୌଡ଼, କମଳା ପୂଜାରୀ ଙ୍କ ସହ ଅନେକ ବିଦ୍ୟୁତ ଉପୋଭୋକ୍ତା ଉପସ୍ଥିତ ରହିଥିଲେ।