ଭାରସାମ୍ୟ ହରାଇ ରାସ୍ତା କଢ଼ରେ ଓଲଟିଲା ଟ୍ରକ… 

IMG-20240830-WA0016
Share

ଅଡବା ଥାନା ଅନ୍ତର୍ଗତ ନଳାଘାଟ ନିକଟସ୍ଥ ବନ ବିଭାଗ ଚାରା ରୋପଣ କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ସୂଚନା ଯୋଗ୍ୟ ଟ୍ରକ ଟି ଖୋର୍ଦ୍ଧା ଜିଲ୍ଲା ରୁ ରାୟଗଡ଼ା ଜିଲ୍ଲା ଟିକିରି ଅଭିମୁଖେ ଯାଉଥିଲା ସ୍ପ୍ରାଇଟ ଥଣ୍ଡା ମୃଦୁ ପାନୀୟ ଧରି। ହେଲେ ଅଡବା ଥାନା ନଳାଘାଟ ନିକଟ ଏକ ଅଣ ଓସାରିଆ ବୁଲାଣି ରାସ୍ତାରେ ଏକ ଗଛକୁ ବାଡେଇ ହୋଇ ଯାଇଥିଲା। ଯାହା ଫଳରେ ଟ୍ରକ ଟି ଘଟଣା ସ୍ଥଳରେ ହିଁ ଓଲଟି ପଡିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଆହାତ ହୋଇଥିବା ଗାଡ଼ି ଡ୍ରାଇଭର ଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।