June 26, 2026

ମାଆ ସାରଳା ଡାକିଲେ ମୁଁ ଝଙ୍କଡ଼ ଯିବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

IMG-20230730-WA0010
Share

ମାଆ ସାରଳା ଡାକିଲେ ମୁଁ ଝଙ୍କଡ଼ ଯିବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
≠+=+=+=+=+=+=+=+=+= ତିର୍ତ୍ତୋଲ :-ସେଦିନ ଥିଲା ଜୁଲାଇ 27 ତାରିଖ ଗୁରୁବାର ଅପରାହ୍ନ ତିନିଟା। ରାଜଧାନୀ ଭୁବନେଶ୍ବରର ରାଜଭବନରେ, ମହାମହିମ ରାଷ୍ଟ୍ରପତିଙ୍କ ସହିତ କିଛି ବ୍ୟକ୍ତି ବିଶେଷ ଙ୍କ ନିମନ୍ତେ, ସୌଜନ୍ୟ ମୂଳକ ସାକ୍ଷାତ ନିମନ୍ତେ, ପୂର୍ବରୁ ତାଙ୍କର ବ୍ୟକ୍ତିଗତସଚୀବ ବିଜୟ କୁମାର ନାୟକ ଙ୍କ ଦ୍ଵାରା ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ଅବସରରେ ଝଙ୍କଡ଼ ସାରଳାମନ୍ଦିରର ପଣ୍ଡା ସେବକ ମାନଙ୍କ ପ୍ରତିନିଧି ତଥା ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା, ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରି ତାଙ୍କୁ ମାଆଙ୍କ ଉତ୍ତରୀୟ ସହିତ ରୌପ୍ୟନିର୍ମିତ ମା ସାରଳାଙ୍କର ଏକ ରୌପ୍ୟନିର୍ମିତ ପ୍ରତିମୂର୍ତ୍ତି ପ୍ରଦାନ କରିବା ସହିତ , ଓଡିଶାର ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସାରଳାପୀଠ ରେ ପଦାର୍ପଣ କରି , ମାଆଙ୍କ ଦର୍ଶନ କରିବା ନିମନ୍ତେ ନିମନ୍ତ୍ରଣ ଓ ନିବେଦନ କରିଥିଲେ। ଏକ ଲିଖିତ ଦରଖାସ୍ତ ମଧ୍ଯ ଏଥି ନିମନ୍ତେ ପ୍ରଦାନ କରିଥିଲେ। ପ୍ରତ୍ୟୁତ୍ତର ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାବମୟ ଓ ଆବେଗମୟ ଭାବରେ କହିଲେ ଯେ , ମା ସାରଳା ଡାକିଲେ ମୁଁ ଝଙ୍କଡ଼ ସାରଳା ପୀଠକୁ ନିଶ୍ଚୟ ଯିବି। ତେବେ ଏଥିନିମନ୍ତେ ଆସନ୍ତା 2024 ମସିହା ଫେବଆରୀ ମାସରେ, ରାଷ୍ଟ୍ରପତି ମହୋଦୟା, ଝଙ୍କଡ଼ ସାରଳାପୀଠ ପରିଦର୍ଶନ ରେ ଆସିବାର ସମ୍ଭାବନା ରହିଛି !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !