July 5, 2024

ବୁଗୁଡ଼ା ଓକିଲ ସଂଘର ଆଲୋଚନା ଚକ୍ର

Share

ବୁଗୁଡା : ତା ୩୦/୦୬/୨୪ : ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଉପସଭାପତି ସରୋଜ କୁମାର ଦାଶଙ୍କ ପୌରହିତ୍ୟରେ ବାର୍ ଆସୋସିଏସନ ହଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପହିଲାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଫୌଜଦାରୀ ଆଇନ ଭାରତୀୟ ନ୍ଯାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ଯ ଅଧିନିୟମ ଉପରେ ବ୍ଯାପକ ଆଲୋଚନା କରାଯାଇଥିଲା । ପରିବର୍ତ୍ତିତ ନୂତନ ଆଇନରେ ସାମାଜିକ ନ୍ଯାୟକୁ ପ୍ରାଧାନ୍ୟ ଦିଆଯାଇଥିବା ନେଇ ମତ ପ୍ରକାଶ ପାଇଥିଲା । ଉକ୍ତ ଆଲୋଚନା ଚକ୍ର କାଳରେ ଆଇନଜୀବୀ ସରୋଜ ସାହୁ , ହର ପ୍ରସାଦ ଦାଶ , ରବିନ୍ଦ୍ର ପଣ୍ଡା , ଅମର ପଟ୍ଟନାୟକ ଓ ସୁଜିତ ସ୍ବାଇଁ ପ୍ରମୁଖ ସ୍ବ ସ୍ବ ମତ ଉପସ୍ଥାପନ କରିଥିଲା ବେଳେ ଅନ୍ୟ ଓକିଲମାନେ ଏଥିରେ ଉପସ୍ଥିତ ରହିଥିଲେ । ପରିଶେଷରେ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।