କଟକ ବାରବାଟି ଷ୍ଟଡିୟମ ରେ ପ୍ରଥମ ମ୍ୟାଚ ରେ ଟିମ ନବରଙ୍ଗପୁର ର ବାଜିମାତ l

କଟକ ବାରବାଟି ଷ୍ଟଡିୟମ ରେ ପ୍ରଥମ ମ୍ୟାଚ ରେ ଟିମ ନବରଙ୍ଗପୁର ର ବାଜିମାତ l
*୮ ଉଇକେଟ ରେ ଜିତିଲା ନବରଙ୍ଗପୁର l
* ମୋହିନୀ ବେହେରା ମ୍ୟାନ ଅଫ ଦି ମ୍ୟାଚ l
ନବରଙ୍ଗପୁର ୩0/୬ ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ଆନ୍ତ ଜ଼ିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ରେ ୩0 ଜ଼ିଲ୍ଲା ରୁ କ୍ରିକେଟ ଟିମ ଯୋଗ ଦେଇଥିବା ବେଳେ, ଆଜି ନବରଙ୍ଗପୁର ମହିଳା କ୍ରିକେଟ ଦଳ ୮ ଉଇକେଟ ରେ ପୁରୀ କୁ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି l ଯାହାଫଳରେ ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ମହିଳା କ୍ରିକେଟ ଦଳର ମନବଳ ସୁଦୃଢ ହୋଇଛି l ଏହି ପରିପେକ୍ଷୀରେ ମହିଳା କ୍ରିକେଟ ଟିମ ପକ୍ଷରୁ ଟିମ ମେନେଜର ଇଂ. ଚନ୍ଦନା ମଲ୍ଲିକ ନବରଙ୍ଗପୁର ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା କ୍ରୀଡ଼ାସଙ୍ଘ ସଭାପତି ଡ଼କ୍ଟର କମଳ ଲୋଚନ ମିଶ୍ର, ଜ଼ିଲ୍ଲା କ୍ରିକେଟ ସଙ୍ଘ ସଭାପତି ଦେବାଶିଷ ପଟନାୟକ, ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ପ୍ରମୋଦ କୁମାର ପାଢ଼ୀ, ଶୁଭେନ୍ଦୁ ନାଥ ବେହେରା, ଯୋଗେନ୍ଦ୍ର ସ୍ୱାଇଁ, କୋଚ ଅଶୋକ କୁମାର ନାୟକ ଏକଜ୍ୟୁକୁଟିଭ ମେମ୍ବର ଜ୍ଞାନ ସ୍ୱାଇଁ ଏବଂ ଗୋପାଳ ନାୟକ ପ୍ରମୁଖ ଙ୍କୁ ଏହାର ଶ୍ରେୟ ଦେଇଛନ୍ତି l ଆଜିତା ଦାଶ ଙ୍କ କେପଟେନ ସିପ ରେ ଅନନ୍ୟା ଦାଶ, ଆସିଫା ହିଆଲ, ଭାଗ୍ୟବତୀ ବେହେରା, ଗୁଡ୍ଡୀ ଦୋରା, ଇପ୍ସିତା ସୌରା, ମୋହିନୀ ବେହେରା, ରାଦମା ମାଝୀ, ରଇଲା ଭତ୍ରା, ଶୁଭାଗା ସୌରା, ତୁଲୁସା ଗୌଡ଼ ଏବଂ ଜଲମୀ ସାନ୍ତା ଟିମ ରେ ସ୍ଥାନ ପାଇଥିବା ବେଳେ, ଆଜିର ପୁରୀ ବନାମ ନବରଙ୍ଗପୁର ମ୍ୟାଚ ରେ ଉତ୍ତମ ପ୍ରଦର୍ଶନ ପାଇଁ ନବରଙ୍ଗପୁର ଟିମ ର ମୋହିନୀ ବେହେରା ଙ୍କୁ ମ୍ୟାନ ଅଫ ଡି ମ୍ୟାଚ ବୋଲି ବିବେଚିତ କରାଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨0 ଓଭର ରେ ୮ ଉଇକେଟ ହରାଇ ୬୫ ରନ ର ଟାର୍ଗେଟ ଦେଇଥିଲା ହେଲେ ନବରଙ୍ଗପୁର ଟିମ ଏହି ଟାର୍ଗେଟ ର ପିଛା କରି ମାତ୍ର ୧0. ୧ ଓଭର ରେ ୬୬ ରନ କରି ସହଜରେ ବିଜୟୀ ହୋଇଥିଲା l ନବରଙ୍ଗପୁର ମହିଳା କ୍ରିକେଟ ଦଳ ର ପ୍ରଥମ ବିଜୟ ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର,ଓଡିଶା ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ସମାଜସେବୀ ସଂସ୍ଥା ହେଲ୍ପ ଲାଇନ ନିର୍ଦ୍ଦେଶକ ତଥା ଜ଼ିଲ୍ଲା ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲ୍ଲିକ, ସଭାପତି ତଥା ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ପ୍ରମୁଖ ଶୁଭେଚ୍ଛା ଦେଇଛନ୍ତି l
(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)