June 20, 2026

ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ନାମାଙ୍କନ ପତ୍ର ଦାଖଲ…

okh0
Share

ବୁଗୁଡା : ତା ୩୦/୦୪/୨୪ : ଆସନ୍ତା ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆଜି ମଙ୍ଗଳବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ନିମନ୍ତେ ତୃତୀୟ ଥର ପାଇଁ ମନୋନୀତ ହୋଇଥିବା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଛତ୍ରପୁର କଲେଜ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରିଟର୍ଣ୍ଣି ଅଫିସର ପ୍ରମୋଦ କୁମାର ପୃଷ୍ଟିଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ ପୋଲସରା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ଓ ଜନପ୍ରତିନିଧି ସାମିଲ୍ ହୋଇଥିଲେ ।

You may have missed