ମାଓ ଗଡ଼ରେ ଲେଡି ଅଫିସର ମଧୁଶିକ୍ତା………
ଉମେରକୋଟ:- ନିର୍ବାଚନ ଯେତେ ପାଖେଇ ଆସୁଛି ପୋଲିସ ଓ ପ୍ରଶାସନ ର ହୃତସ୍ପନ୍ଦନ ମଧ୍ୟ ସେତେ ବଢ଼ିବାରେ ଲାଗିଛି ସୁରୁଖୁରୁରେ ନିର୍ବାଚନ କରାଇବା ପୋଲିସ ପାଇଁ ଏକ ଚାଲେଞ୍ଜ କାରଣ ଜିଲ୍ଲାର ଉମେରକୋଟ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ ଭାବରେ ମାଓ ପ୍ରବଣ ଅଞ୍ଚଳ ଗୋଟିଏ ପଟେ ଘନ ଜଙ୍ଗଲ ତ ଅନ୍ୟ ପଟେ ପଡୋଶୀ ରାଜ୍ୟ ର ସୀମାନ୍ତ ବିଗତ ଦିନ ମାନଙ୍କରେ ମାଓବାଦୀ ମାନେ ଅଞ୍ଚଳ ରେ ବହୁ ଜଘନ୍ୟ କାଣ୍ଡ ମାନ ଘଟାଇ ଥିବାର ନଜିର ରହିଛି ଯାହାକୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷ ରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାଧାରଣ ଜନତା ଙ୍କ ମନ ରୁ ସେହି ଦୃଶ୍ୟ ଲିଭି ନାହିଁ ଏପରି ପରିସ୍ଥିତିରେ ନିଜର ଜୀବନ ର ବାଜି ଲଗାଇ ସେବା ପ୍ରଦାନ କରିବା ପାଇଁ ଆଗେଇ ଆସୁଛନ୍ତି ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର, ଡିଜିପି ଡିସ୍କ ପୁରସ୍କାରରେ ପୁରସ୍କୃତ ଏହି ଅଫିସର ଅଂଚଳ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରାଇବା ସହ ସମସ୍ତ ଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ହୋଇ ପଡିଛନ୍ତି ସୀମାନ୍ତ ର ସମସ୍ତ ରାସ୍ତା ଉପରେ ୨୪ ଘଣ୍ଟା କଡାକଡି ଚେକିଂ ସହ ପୋଲିସ ଯବାନ ଙ୍କୁ ନେଇ ପେଟ୍ରୋଲିଙ୍ଗ ତ କେତେ ବେଳେ ସିଆରପିଏଫ ଯବାନ ଙ୍କ ସହିତ ମିଶି ଫ୍ଲାଗ ମାର୍ଚ୍ଚ କରି ଅଂଚଳ ବାସୀଙ୍କୁ ଅସ୍ୟସ୍ତ କରୁଛନ୍ତି ଯେ ପୋଲିସ ଓ ପ୍ରଶାସନ ସବୁ ମୁହୁର୍ତରେ ଆପଣଙ୍କ ପାଇଁ ଉପସ୍ଥିତ ଅଛନ୍ତି ଏସ୍ଡ଼ିପିଓ ମିଶ୍ର ଙ୍କ ଏପରି ଦାୟିତ୍ୱ ପୂର୍ଣ୍ଣ କାମକୁ ସବୁ ମହଲ ରେ ପ୍ରସଂଶା କରାଯାଉଛି ବିଶେଷ କରି ଯୁବ ପିଢ଼ି ଙ୍କ ପାଇଁ ସେ ରୋଲ ମଡେଲ ହୋଇ ପାରିଛନ୍ତି ସହର ଠାରୁ ଆରମ୍ଭ କରି ସୀମାନ୍ତ ପର୍ଯନ୍ତ ସବୁଠାରେ ଘନ ଘନ ପୋଲିସ ର ପହରା ଏବଂ ଏସ୍ଡ଼ିପିଓ ମିଶ୍ର ଙ୍କ ଉମେରକୋଟ ଠାରେ ପୋଷ୍ଟିଙ୍ଗ ପର ଠାରୁ ପୋଲିସ ର କାର୍ଯ୍ୟ ତତ୍ପରତା ସମସ୍ତଙ୍କୁ ମନ ମୋହିଛି(ଏମ୍.ଦିନା°ଶୁ ଆଚାରୀ)