ସାହାରପଡା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ
![]()
କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି l ଚଳିତ ବର୍ଷ ମଧ୍ୟ୍ୟ ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି l ଶ୍ରୀ ରାଧାଗୋବିନ୍ଦ ନାମ ଯଜ୍ଞ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ସାହାରପଡା ଗ୍ରାମ ପଞ୍ଚାୟତର ତଣ୍ଡୋ ଗ୍ରାମର ବିଦ୍ୟାଳୟ ନିକଟରେ ଦୀର୍ଘ ୯ ବର୍ଷ ଧରି ଯଜ୍ଞ ମଣ୍ଡପରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହେଇ ଆସୁଛି l ଚଳିତ ବର୍ଷ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ୩୧ ତାରିଖ ଦିନ ପୂର୍ଣ୍ଣାହୁତି ଓ ନଗର କୀର୍ତ୍ତନ ପରେ ଶେଷ ହେବା ଜଣାପଡିଛି l ଏହି ମଣ୍ଡପରେ ୫ ଗୋଟି ସଂକୀର୍ତ୍ତନ ଦଳ କେନ୍ଦୁଝର ଜିଲ୍ଲା ସାହାରପଡା ଲୁଙ୍ଗା ( ତଳସାହି ) , ମୟୁରଭଞ୍ଜ ଜିଲ୍ଲା ରୁ ହାଣ୍ଡିଫୁଟା ( ଉପରସାହି ) , ମା ବାଉଳେଶ୍ଵରୀ କୁଡୁମା, ଯଶିପୁର ( କପଣ୍ଡ ),ଠାକୁରମୁଣ୍ଡା ( ମନ୍ଦିରସାହି ) ସାମିଲ ହୋଇଛନ୍ତି l ଏହି ମଣ୍ଡପର ମୁଖ୍ୟ ପରିଚାଳନା ଭାବେ ଡମ୍ବରୁ ଧର ମହାନ୍ତ ଏବଂ ମହେଶ୍ୱର ନାଏକଙ୍କ ସମେତ ଗ୍ରାମ ସମସ୍ତ ସଦସ୍ୟ ଗଣ ପ୍ରମୁଖ ମାତ୍ରାରେ ସହଯୋଗ କରି ଶାନ୍ତି ଶୃଙ୍ଖଳା ରକ୍ଷା କରି ଆସୁଛନ୍ତି l
ସେହିପରି ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଖଜିରାପାଟ ଗ୍ରାମ ପଞ୍ଚାୟତ ର ରଘୁନାଥପୁର ଗ୍ରାମ ନିକଟ ସ୍କୁଲ ପଡିଆରେ ୨୬ ତାରିଖରେ ଚବିଶ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇ ୨୯ ତାରିଖ ରେ ଶେଷ ହୋଇଛି l ଏହି ମଣ୍ଡପରେ ୬ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଥିବା ବେଳେ ୩ ଟି ପୁଅ ଦଳ ଏବଂ ୩ ଟି ଝିଅ ଦଳ ଥିବା ସାମିଲ ହୋଇ ନାମ ସଂକୀର୍ତ୍ତନ କରିଥିଲେ l ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ହେଲା କେନ୍ଦୁଝର ଝୁମ୍ପୁରା ନିକଟ ରାଇକଳା ଗ୍ରାମର ଢିପାସାହି ପୁଅ ଦଳ, କେନ୍ଦୁଝର ରଘୁନାଥପୁର ଗ୍ରାମର ଝିଅ ଦଳ, ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟ ଦିଘାରିଓସ୍ତିଆ ଗ୍ରାମର ପୁଅ ଦଳ, ବାରିପଦା ସହିଦପୁର ଗ୍ରାମର ଝିଅ ଦଳ, କେନ୍ଦୁଝର ନିକଟ ପଦ୍ମପୁର ଗ୍ରାମର ପୁଅ ଦଳ ଏବଂ କେନ୍ଦୁଝର ଝାରବେଡା ଗ୍ରାମର ଝିଅ ଦଳ ଚବିଶ ପ୍ରହରୀ ମହୋତ୍ସବରେ ସାମିଲ ହୋଇଥିଲେ l ଏହି ମଣ୍ଡପରେ ମୁଖ୍ୟ ପରିଚାଳନା ଭାବେ ଗଙ୍ଗାଧର ନାଏକ ଓ ତପନ କୁମାର ମହାନ୍ତ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗ୍ରାମବାସି ବୃନ୍ଦ ସମ୍ପୂର୍ଣ ସହଯୋଗ କରିଥିଲେ l ଆଜି ଦିନ ୨ଟା ସମୟରେ ପୂର୍ଣ୍ଣାହୁତି ହୋଇ ନଗର କୀର୍ତ୍ତନ କରି ବିସର୍ଜନ କରିଥିଲେ l ଏହି ମଣ୍ଡପରେ ବହୁତ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କର ସମାଗମ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଶେଷ ହୋଇଯାଇଛି l
ଆଗାମୀ ମାସରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ମହାମନ୍ତ୍ର ୪ ତାରିଖରେ ଶୁଭାଧିବାସ ହୋଇ ୮ ତାରିଖ ପୂର୍ଣ୍ଣାହୁତି, ନଗର କୀର୍ତ୍ତନ ଓ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଅଖଣ୍ଡ ମହାମନ୍ତ୍ରରେ କେନ୍ଦୁଝର ଜିଲ୍ଲା ର ପିପିଳିଆ ଗ୍ରାମ ବଡ଼ସାହି – କ ଦଳ, କାଞ୍ଚନଡୁମୁରିଆ, ବିନିଦା, ଭୀମକୁଣ୍ଡ ଡୁମୁରିଆ, ବଡ଼ବିଲ ର ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହେବେ l
ସେହିପରି ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ଙ୍କର ଚବିଶ ପ୍ରହର ନାମ ଯଜ୍ଞ ସାହାରପଡା ନିକଟ ବଲାଣିପଶି କୁରାଳସାହିର ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୩ ତାରିଖ ଦିନ ଅଧିବାସ ହୋଇ ୭ ତାରିଖରେ ପୂର୍ଣ୍ଣହୂତି, ନଗର କୀର୍ତ୍ତନ ଏବଂ ବିସର୍ଜନ କାର୍ଯ୍ୟକ୍ରମ ହେବାର ସ୍ଥିର ହୋଇଛି l
