ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୩୦-ମାର୍ଚ୍ଚ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଚୈତ୍ର ଶୁକ୍ଳ ନବମୀ ତିଥିରେ ୟୁଗପୁରୁଷ ସତ୍ୟବାଦୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଜନ୍ମ ତିଥି ମହୋତ୍ସବ ତଥା ଶ୍ରୀ ନବମୀ ପୂଜା l
➡️୨-ଆଜି ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
➡️୩-ଆଜି ବାସନ୍ତୀ ଦୂର୍ଗା ପୂଜା ର ମହାନବମୀ, ଦେବୀ ଦୂର୍ଗା ଙ୍କ ମୄମୟୀ ମୁର୍ତ୍ତୀ ସମଗ୍ର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଇବେ l
➡️୪-ବଢ଼େଇବାଙ୍କ ଛକରେ ଅଟକିଲା ରୁକୁଣା ରଥ, ଆଜି ପୁଣି ଆରମ୍ଭ ହେବ ଲିଙ୍ଗରାଜଙ୍କ ରଥଟଣା l
➡️୫-କଳିଙ୍ଗ ଷ୍ଟାଡିୟମ ରେ ଟେନିସ ସେଣ୍ଟର୍ ଉଦ୍ଘାଟନକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୬-ଆଗକୁ ଏଣିକି ଫେସବୁକ୍-ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଭେରିଫାଏ କରିବା ପାଇଁ ଲାଗିବ ଚାର୍ଜ, ଭାରତରେ ମୋବାଇଲ ଡିଭାଇସରେ ୧୪୫୦ ଟଙ୍କା ପ୍ରତି ମାସ ଏବଂ ଓ୍ବେବ୍ ପାଇଁ ୧୦୦୯ ଟଙ୍କା ପ୍ରତି ମାସ ଦେବାକୁ ହେବ।
➡️୭-ନବ ଦାସଙ୍କ ହତ୍ୟାକୁ ନେଇ ହେଲା ଝଡ଼, ଗୃହ ଅଚଳ l ସିବିଆଇ ତଦନ୍ତ ଦାବିରେ ଅଡ଼ିବସିଲା ବିଜେପି l
➡️୮-ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା ୧୦ ଲକ୍ଷ ରୋଗୀଙ୍କ ସମୟ କଲା ସଞ୍ଚୟ, ଏଣିକି ଆଉ ହସ୍ପିଟାଲର l ଆଗରେ ଲାଗୁନି ଭିଡ଼
➡️୯-ବଜାର ଟ୍ରେଡିଂରେ ବଦଳିଲା ନିୟମ, ଟଙ୍କା ବ୍ଲକ ସହ ସୁଧ ବ୍ୟବସ୍ଥା, ସେବିର ମଞ୍ଜୁରୀ l
➡️୧୦-ସାଉଥ ଫିଲ୍ମ ରେ ଅଭିନେତା ବେଲମକୋଣ୍ଡା ଶ୍ରୀନିବାସଙ୍କ ୟୁଟ୍ୟୁବରେ ରେକର୍ଡ କରୁଛି ତେଲୁଗୁ ଚଳଚ୍ଚିତ୍ର ‘ଜୟା ଜାନକୀ ନାୟକ’ର ହିନ୍ଦୀ ଡବିଙ୍ଗ ଫିଲ୍ମ ‘ଖୁଙ୍କାର’ l ଏହି ଫିଲ୍ମ ଟି ୟୁଟ୍ୟୁବରେ ୭୦୦ ମିଲିୟନ୍ ଥର ଦେଖାଯାଇଛି |
➡️୧୧-ଆଜି ଗଡ଼ିବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍। କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିବେ।
➡️୧୨-ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଆଖପାଖ ଅଞ୍ଚଳରେ ୩୦ ମିନିଟ୍ରେ ୫୪୩୯ ଥର ମାରିଲା ବିଜୁଳି l କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପ୍ରେ ହେଲା ରେକର୍ଡ l
➡️୧୩-ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରୀନିବାସରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା l ମୃତ ଛାତ୍ରୀ ହେଲେ ରାୟଗଡ଼ା ଜିଲ୍ଲା ଟିକିରିର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ରୀ ପ୍ରଜ୍ଞା ମହାନ୍ତି।
➡️୧୪-ରାଜ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ପ୍ରକାରର ମସଲାର ସମନ୍ବିତ ବିକାଶ ହାସଲ କରିବା ପାଇଁ ମସଲା ମିସନ ଜରିଆରେ ଖର୍ଚ୍ଚ ହେବ ୧୮୫.୮ କୋଟି l ଏ ନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଲେ ସୂଚନା ।
➡️୧୫-ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର। ୫୦୦ ମିଲିକୁ ୨ ଟଙ୍କା ହିସାବରେ ସମସ୍ତ ପ୍ରକାର କ୍ଷୀର ଦର ହେବ ବୃଦ୍ଧି l
➡️୧୬-ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ଗ୍ରହଣ କରାଯିବ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୦ ଭୋଟର ନିଜର ମତ ସାବ୍ୟସ୍ତ କରିବେ l
➡️୧୭-୨୦୨୪ ମସିହାରେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମାଲାକାନଗିର ଏୟାରପୋର୍ଟ l ଦିନିଆ ଗସ୍ତରେ ଆସିଥିବ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଦେଲେ ସୂଚନା l
➡️୧୮-ଗୋଆର ଫତୋର୍ଦ୍ଦାରେ ଚାଲିଥିବା ୨୭ତମ ଜାତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ବିଜୟ କଲା ହାସଲ l
➡️୧୯-ଇତିହାସ ରଚିଲେ ଲିଓନେଲ୍ ମେସି, ଅନ୍ତର୍ଜାତୀୟ ଫୁଟବଲ୍ରେ ପୂରା କଲେ ୧୦୦ ଗୋଲ୍ l
➡️୨୦-ଦିନିକିଆ ପରେ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିଲା ବାଂଲାଦେଶ।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶ୍ରୀରାମ ନବମୀ ll*
*🔅ଆଜି ଜାତୀୟ ଡାକ୍ତର ଦିବସ ll*
*🔅ଆଜି ବିଶ୍ୱ ଦ୍ୱିପାକ୍ଷିକ ଦିବସ ll*
*🔅ଆଜି ଜାତୀୟ ଭର୍ଚୁଆଲ୍ ଛୁଟି ଦିନ ll*
*🔅ଆଜି ଜାତୀୟ ପେନ୍ସିଲ୍ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*