May 11, 2026

ବି.ଜେ.ବି ଉଚ୍ଚ ବିଦ୍ୟାଳୟ ୧୯୯୫ ଛାତ୍ରଙ୍କ ବନ୍ଧୁ ମିଳନ

IMG-20250130-WA0005
Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ୧୯୯୫ ଗ୍ରୁପ୍ ର ଚତୁର୍ଥ ତମ ବନ୍ଧୁମିଳନ ଖୋର୍ଦ୍ଧା ବରୁଣେଇ ପୀଠ ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି, ସାଙ୍ଗ ମାନେ ମିଶି ନିଜ ନିଜର ଭାବର ଆଦାନ ପ୍ରଦାନ କରିଥିଲେ,ପିଲାବେଳ ର କଥା ମନେପକାଇ ବିଭୋର ହୋଇଯାଇ ଥିଲେ, ସମସ୍ତେ ସମସ୍ତଙ୍କୁ ଆଲଙ୍ଗିନ କରିଥିଲେ, ସବୁଠାରୁ ବଡ଼କଥା ବହୁ ମହତକାର୍ଯ୍ୟ କରିବାର ନିଷ୍ପତ୍ତି ନିଆଯାଇଥିଲା, ଯେପରି ବରୁଣେଇ ପୀଠକୁ ପରିଷ୍କାର ରଖିବା, ଅନାଥ ଆଶ୍ରମ ମାନଙ୍କରେ ଅର୍ଥର ସାହାଯ୍ୟ କରିବା,ଅସହାୟ ମାନଙ୍କୁ ସାହାଯ୍ୟ କରିବା,ବିଶେଷ କରି ସାଙ୍ଗସାଥୀ ମାନଙ୍କ ସୁବିଧା ଅସୁବିଧାରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା, ଖୋର୍ଦ୍ଧା ର ବିକାଶ କିପରି ହେଇପାରିବ ସେଥିପ୍ରତି ସମସ୍ତେ ନିଜର ମନ୍ତବ୍ୟ ବ୍ୟକ୍ତ କରିଥିଲେ, ସୁସ୍ୱାଦୁ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଥିଲା,ଦେଶାତ୍ମକ ସଙ୍ଗୀତ ର ତାଳେ ତାଳେ ସମସ୍ତେ ନିଜକୁ ହଜାଇ ଦେଇଥିଲେ,