September 29, 2026

କୋଷାଗୁମୁଡା ଠାରେ ବିହନ ଗୋଳା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ

IMG-20260927-WA0076
Share

 

କୋଷାଗୁମୁଡା(ଦୟାରlମ ପନକା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆଶ୍ରମ ସ୍କୁଲ୍,କେରଣ୍ଡିମାଳ ଠାରେ ବିହନ ଗୋଳା ପ୍ରସ୍ତୁତି ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହା ଭାରତ ସରକାରଙ୍କ ର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଟେ l ଉଦଘାଟନୀ ଉତ୍ସବରେ ଠାକୁର ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା l ଅନୁଷ୍ଠାନର ମୁଖ୍ୟ ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ କୋଷାଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର ହାଲଦାର,ପ୍ରଶିକ୍ଷକ ଭାବେ ନଳିନୀ କାନ୍ତ ପାତ୍ର, ଜ୍ୟୋତି ପ୍ରକାଶ ଜଗଦ୍ଦେବ,କମଳ ନାୟକ, ଭେଙ୍ଗଟଶ୍ୱର ହାଲବା, ମଞ୍ଚାସୀନ ଅତିଥିବୃନ୍ଦ ଥିଲେ।ମଞ୍ଚ ପରିଚାଳନା ବଦ୍ରିନାରାୟଣ ବିଶ୍ଵାଳ କରିଥିଲେ l ଅତିଥି ମାନେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ବିହନ ଗୋଳା ପ୍ରସ୍ତୁତି ତାଲିମ କର୍ମଶାଳା କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକ ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଭାଗ ନେବେ l ସୂଚାରୁ ରୂପେ ସମ୍ପାଦନ କରିବା ସହ ଜନ ସହଯୋଗ ରକ୍ଷା, ସଚେତନତା ର ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ l କର୍ମଶାଳା ରେ ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ୫୦ ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ଟିକୁ ବ୍ଲକର ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଅନ୍ୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ଏବଂ ସାହାଯ୍ୟ ସହଯୋଗ କରିଥିଲେ l ପରିଶେଷରେ ଅନୁଷ୍ଠାନ ର ଶିକ୍ଷକ ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed