September 26, 2026

ତାଳଚେର ସିରିଗିଡା ଗାଁରେ ଡାଇରିଆ ଆତଙ୍କ

IMG-20250130-WA0002
Share

ତାଳଚେର ସିରିଗିଡା ଗାଁରେ ଡାଇରିଆ ଆତଙ୍କ । ପାଖାପାଖି ୧୦ଟି ପରିବାର ୩୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅବସ୍ଥା ଅଧିକ ସାଂଘାତିକ ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ଚିକିତ୍ସା ପାଇଁ ପହଞ୍ଚିଛନ୍ତି।

 

ସେପଟେ ଅନ୍ୟମାନଙ୍କୁ ଚିକିତ୍ସା ଯୋଗାଇଦେବାପାଇଁ ଗାଁରେ ପହଂଚିଛନ୍ତି ଏକ ଚାରିଜଣିଆ ଡାକ୍ତରୀ ଟିମ। ଗାଁରେ ପିଇବା ପାଣିର ନମୁନା ସଂଗ୍ରହ କରିବାସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ସଚେତନ ମଧ୍ୟ କରିଛନ୍ତି । ଖବର ପାଇ ଗାଁରେ ତାଳଚେର ବିଧାୟକ ପହଁଚି ସ୍ଥିତି ପରଖିବା ସହ ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ଆଲୋଚନା କରିଛନ୍ତି। । ଗାଁଲୋକେ ବ୍ୟବହାର କରୁଥିବା କୂଅ ଓ ନଦୀ ପାଣି ପ୍ରଦୂଷିତ ହୋଇ ଡାଇରିଆ ବ୍ୟାପିଥିବା ଆଶଙ୍କା କରୁଛି ପ୍ରଶାସନ ।

You may have missed