April 24, 2026

ଗଞ୍ଜାମରେ ‘ମିଡିଆ ହାଉସ’ ପକ୍ଷରୁ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଷ୍ଟମ ବାଟାଲିୟନ ବିଜୟୀ

IMG-20251229-WA0065
Share

ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ମିଡିଆ ହାଉସ୍ ଏବଂ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌ର ମିଳିତ ଉଦ୍ୟମରେ ଗଞ୍ଜାମ ମିନି ଷ୍ଟାଡିୟମ୍‌ରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ପ୍ରଶାସନ, ସାମ୍ବାଦିକ ଏବଂ ଗ୍ରାସିମ୍ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଟିମ୍ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ତହସିଲଦାର ସୁକାନ୍ତ ମିଶ୍ର, ବିଡିଓ ଅଚ୍ୟୁତାନନ୍ଦ ଜାନୀ, ଅଷ୍ଟମ ବାଟାଲିୟନ୍ ଦୂର୍ଗପତି ଶ୍ରୀ ସାରଦା ପ୍ରସାଦ ଦାସ, ଆଇଆଇସି ସୁମିତ୍ରା ପାତ୍ର, ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଦାଶିବ ପାତ୍ର, ଗ୍ରାସିମ୍ ଫାଇନାନ୍ସ ମୁଖ୍ୟ ବିଜୟ ବର୍ମା ଏବଂ ସିଏସଆର୍ ମୁଖ୍ୟ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୫ଟି ଟିମ୍ ଭାଗ ନେଇଥିଲେ। ଟିମ୍ ଗୁଡ଼ିକ ହେଲା ଗଞ୍ଜାମ ତହସିଲ , ମିଡିଆ ହାଉସ, ଗ୍ରାସୀମ ଟିମ୍ । ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟମ ବାଟାଲିୟନ୍ ଟିମ୍ ବିଜୟୀ ହୋଇଥିବା ବେଳେ ଗଞ୍ଜାମ ପୋଲିସ୍ ଟିମ୍ ରନର୍ସଅପ୍ ହୋଇଛି। ଛତ୍ରପୁର ଏସଡିପିଓ ଶ୍ରୀ ଚନ୍ଦନ ଘଡ଼ାଇ ବିଜେତା ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ। ମିଡିଆ ହାଉସ୍‌ର ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ପଣ୍ଡା ଓ ଶ୍ରୀ ଲକ୍ଷ୍ମୀଚରଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ସନ୍ତୋଷ ସାହାଣୀ, ଚିରଞ୍ଜୀବ ବୈଠାରୁ ଓ ଉଜ୍ଜ୍ୱଳ ସିଂ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମିଡିଆ ହାଉସ୍‌ର ସଭାପତି ଅଖିଳ ତରାଇ, ସମ୍ପାଦକ ଶିବାନନ୍ଦ ପଲାଇ, ଦୁର୍ଗା ମାଧବ ପାଣିଗ୍ରାହୀ, ସୁଧୀର ନାହାକ, କୋଷାଧ୍ୟକ୍ଷ ବିନୋଦ ପଲାଇ, କୃଷ୍ଣ ଚନ୍ଦ୍ର ପ୍ରଧାନ,ରାମ ଚନ୍ଦ୍ର ବେହେରା,ସୁଜିତ୍ ବେହେରା,ରାକେଶ ଦାସ,ଜୟ କୃଷ୍ଣ ବାରିକି, ରାକେଶ ତରାଇ, ମାନସ ମହାରଣା ପ୍ରମୁଖ ସଫଳ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୨ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହି ଉତ୍ସାହ ବଢ଼ାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ବନ୍ଧୁତ୍ୱ ଓ ଏକତାର ସନ୍ଦେଶ ଦେଇଥିବା ଅତିଥିମାନେ ପ୍ରଶଂସା କରିଛନ୍ତି।