ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗୋବରଘୋଟି ପ୍ରାର୍ଥମୀକ ବିଦ୍ୟାଳୟରୁ ଚାଲାଣ ଭାଙ୍ଗି ଚୋରି, ଉଦ୍ୟମ କଲେ ଦୁର୍ବୁତ୍ତ,
ବାଲେଶ୍ଵର,ବସ୍ତା( ଦେବାଶିଷ ଦାଶ୍)
କୈାଣସି ସାମଗ୍ରୀ ଚୋରି କରିପାରି ନାହାଁନ୍ତି, ବର୍ତ୍ତମାନ ଧାନ କଟା ଛୁଟି ଚାଲିଥିବାରୁ ଗତ ଶନିବାର ଠାରୁ ବିଦ୍ୟାଳୟ ଛୁଟି ରହିଛି,ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାରେ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଭିତରକୁ ପଶିଥିଲେ, ମାତ୍ର ଅଫିସ୍ କିମ୍ବା ଶ୍ରେଣୀ ଗୃହରେ କୈାଣସି ଦାମି ସାମଗ୍ରୀ ନଥିବାରୁ ଚୋରି କରି ପାରି ନାହାନ୍ତି ଦୁର୍ବୃତ୍ତ ମାନେ, ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଆପାର ଆଇଡି କାର୍ଯ୍ୟ କରିବା ପାଇଁ ଆଜି ସକାଳେ ସହକାରୀ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚି ତାଲା ଭଙ୍ଗା ଯାଇଥିବା ଦେଖି ପ୍ରଧାନଶିକ୍ଷକ ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ,ଏନେଇ ଥାନାରେ ଅଭିଯୋଗ ହୋଇଛି,ସ୍କୁଲରେ ଦୁଇଟି ସ୍ମାର୍ଟ ଟିଭି ରହିଥିଲା ,
ଗତ ଏପ୍ରିଲ ମାସ ଖରା ଛୁଟିରେ ସେଥିରୁ ଗୋଟାଏ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିଲେ, ଅନ୍ୟଟି ଚୋରି ହୋଇଯିବା ଭୟରେ ସ୍କୁଲ କମିଟି ଏବଂ ଅବିଭାବକଙ୍କ ସହିତ ବୈଠକ କରି ଗ୍ରାମବାସୀ ଙ୍କ ଘରେ ରଖିଛି ସ୍କୁଲ କତ୍ତୃପକ୍ଷ, ତେବେ ସେହି ଟିଭିକୁ ନେବା ପାଇଁ ବାରମ୍ବାର ଉଦ୍ୟମ କରି ଆସୁଛନ୍ତି ଏହି ଦୁର୍ବୁତ୍ତ,ଗତ ମେ ମାସରେ ପୁଣିଥରେ ଚୋରି କରିବା ପାଇଁ ତାଲା ଭାଙ୍ଗି ନିରାଶ ହୋଇଥିଲେ, ଗତକାଲି ପୁଣି ଥରେ ଉଦ୍ୟମ କରି ଟିଭି ଚୋରି ମାରିବା ପାଇଁ ବିଫଳ ହୋଇଛନ୍ତି ଦୁର୍ବୃତ୍ତ ।