March 11, 2026

ଉମରକୋଟର ପବିତ୍ର ମୋହନ ପଣ୍ଡା ଓଜେଏସ ପରୀକ୍ଷା ରେ ସଫଳତା ହାସଲ କଲେ….

uyjtuit
Share

ଉମରକୋଟ – ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହର ର ପବିତ୍ର ମୋହନ ପଣ୍ଡା
ଉମରକୋଟ ପାଇଁ ଏକ ଗୌରବ ଆଣିଛନ୍ତି।ଗତ କାଲି ପ୍ରକାଶ ପାଇଥିବ। ଓଡ଼ିଶା। ଜୁଡ଼ିଶିଆଲ ପରୀକ୍ଷା ରେ ସମଗ୍ର ଓଡ଼ିଶାରେ 28 ରେଙ୍କ ପାଇଁ ଉତିର୍ଣ୍ଣ ହେଇଛନ୍ତି ପବିତ୍ର। ଗୁଲି ପାଟଣା ସାହି ର ବାସିନ୍ଦା ପବିତ୍ର ଉମରକୋଟ ଶିଶୁ ମନ୍ଦିର ରେ ଦଶମ, ପେନ୍ଦ୍ରର।ଣି ମହାବିଦ୍ୟାଳୟ ରେ ଯୁକ୍ତ 2 ପଡି ବିକ୍ରମ ଦେବ ମହାବିଦ୍ୟାଳୟ ରେ ଯୁକ୍ତ ତିନି ପାସ କରିଥିଲେ। ଉତ୍କଳ ବିଶ୍ୱ ବିଦ୍ୟାଳୟ ରୁ ଲ ପାସ କରି ଜାତିୟ ବିଶ୍ଵବିଦ୍ୟାଳୟ ରେ ଏଲ ଏଲଏମ ପାସ କରିବା ପରେ ବର୍ତ୍ତମାନ ଉତ୍କଳ ବିଶ୍ଵ ବିଦ୍ୟାଳୟରେ PhD କରୁଛନ୍ତି।
ଏଥି ସହ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ।ବାପା ହେଉଛନ୍ତି ତ୍ରିନାଥ ପଣ୍ଡା ଯିଏ କି ସ୍ଵାସ୍ଥ୍ୟ ବିଭାଗ ରେ କାର୍ଯ୍ୟ କରି ଅବସର ଗ୍ରହଣ କରି ସାରିଛନ୍ତି। ମା ହେଉଛନ୍ତି ମମତା ପଣ୍ଡା ଯିଏ କି ଗୃହିଣୀ ଅଟନ୍ତି। ପବିତ୍ର ସଫଳତା ର ଶ୍ରେୟ ଜେଜେ ବାପା, ବାପା ଓ ମା ଙ୍କୁ ଦେଇଛନ୍ତି। ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଭାବରେ ପରିଚିତ ପବିତ୍ର ଦିନ କୁ ସେ 4 ଘଂଟା ଅକ୍ଲାନ୍ତ ପରିଶ୍ରମ କରୁ ଥିଲେ। ପବିତ୍ର ବର୍ତ୍ତମାନ ଭୁବନେଶ୍ଵର ରେ ଅଛନ୍ତି ଓ ତାଙ୍କର ସଫଳତା ପାଇବା ପରେ ବିଭିନ୍ନ ମହଲ ରୁ ଶୁଭେଛା ର ଶୁଅ ଛୁଟି ବାରେ ଲାଗିଛି।

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)