June 16, 2026

ଶାମ -ଏ -ଗଜଲ କାର୍ଯ୍ୟକ୍ରମ ଅନୁଷ୍ଠିତ….

hyjgujg
Share

 

 

ଓଡିଶା ଉର୍ଦ୍ଦ୍ୱ ଏକାଡେମୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (ଓଡିଶା )ତରଫରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏସ ଏସ ଇଣ୍ଟରନେସନାଲ ହୋଟେଲ ରେ ଶାମ -ଏ -ଗଜଲ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା!ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଚଳଚିତ୍ରର ପ୍ରସିଦ୍ଧ ଗାୟିକା ନେହା ନିହାରିକା ଓ ସାରେ ଗାମା ପା ଅର୍ଥାତ ଇଣ୍ଡିଆନ ଆଇଡଲ ର ଉପ ବିଜେତା ଅଭିଜିତ ପାଢ଼ୀ ନିଜ ନିଜ କଳା ପ୍ରଦର୍ଶନ କରି ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କ ମନ ମୋହିଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା(କ୍ୟାବିନେଟ ପାହ୍ୟା )ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଠ ଓକିଲ ତଥା ସମାଜସେବୀ ଜୟଦେବ ପରିଡା, ବରିଷ୍ଠ ଓକିଲ ତଥା ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି,ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ବରିଷ୍ଠ ଓକିଲ ଶ୍ରୀନିବାସ ପଟନାୟକ, ଗୋପାଳ ପୂଜାରୀ,ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ଥିଲେ!ଉର୍ଦ୍ଦ୍ୱ ଏକାଡେମୀ ର ସଦସ୍ୟ କାଜମ ମଦାନୀ ମଞ୍ଚ ପରିଚାଳନା କରିଥିଲେ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed