୭ନମ୍ବର ଗ୍ରାମରେ ଅକ୍ଷତ କଳସ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା…

gjhyfryu
Share

 

 

ଉମରକୋଟ -ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୬ ର ୟୁ.ଭି-୭ନମ୍ବର ଓ ର।ଜା ମୁଣ୍ଡା ଗ୍ରାମର ୧୦୧ ଜଣ ମହିଳା ଏକ ଶୋଭାଯାତ୍ରା ରେ ବାହାରି ଉମରକୋଟ ସ୍ଥିତ ରାମ ମନ୍ଦିର ରେ ପହଂଚି ପାରମ୍ପରିକ ପୂଜା କରିବା ପରେ,ଅଯୋଧ୍ୟାରୁ ଉମରକୋଟ ରାମ ମନ୍ଦିର କୁ ଆସିଥିବା ପବିତ୍ର ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ଶୋଭା ଯାତ୍ରା ମାଧ୍ୟମରେ ସମ୍ପୂର୍ଣ ଗ୍ରାମ ପରିକ୍ରମା କରିବା ପରେ ୭ ନଂ ଗ୍ରାମର ହରି ମନ୍ଦିରରେ ରଖାଯାଇଛି।ଶୋଭାଯାତ୍ରା ସମୟ ରେ ଅନେକ ସ୍ଥାନରେ ଅକ୍ଷତ କଳସ ଧାରୀଙ୍କୁ ପୂଜା କରାଯିବ ସହ ପୁଷ୍ପ ସିଂଚନ କରାଯିବ।ସହ ଜୟ ଶ୍ରୀ ରାମ ନାରା ରେ କମ୍ପି ଉଠିଥିଲା ସମ୍ପୂର୍ଣ ଗ୍ରାମ।ଶୋଭାଯାତ୍ରା କୁ ସୁଦେବ ନନ୍ଦୀ, ସନ୍ତୋଷ ସରକାର, ଗ୍ରାମ ସଭାପତି ଶ୍ରୀ ସାପନ ପଦ୍ଦାର, ଗୋକୁଳ ତରଫଦାର, ବାବୁଲାଲ ଅଧିକାର,କିଶୋର ସାହୁ,ରୁପା ସରକାର ଗ୍ରାମର ମହିଳା ଗ୍ରୁପର ସମସ୍ତ ସଭାପତି ସୁଜିତ ସରକାର, ବିପ୍ଳବ ତରଫଦାର ପ୍ରମୁଖ ଉପସ୍ଥିତ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)