ଅତାବିରା ବ୍ଲକ୍ ସ୍ତରୀୟ ରା ପ୍ରକଳ୍ପ ପ୍ରଦର୍ଶନୀ ,କୁଇଜ୍ ଓ ସି.ଇ.ଏସ. ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ
ସୁରେନ୍ଦ୍ର କଠାର,ବରଗଡ
ଅଦ୍ୟ ତା ୨୯-୧୧-୨୦୨୫ ରିଖ ଶନିବାର ଦିନ ପି.ଏମ. ଶ୍ରୀ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଗୋଡ଼ଭଗା ଠାରେ ଅତାବିରା ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ(ରା) ତରଫରୁ ପ୍ରକଳ୍ପ ପ୍ରଦର୍ଶନୀ ଏବଂ କୁଇଜ୍ ପ୍ରତିଯୋଗିତା ଏବଂ ସେଣ୍ଟର୍ ଫର୍ ଏନଭାର୍ମେଣ୍ଟାଲ ଷ୍ଟଡି (ସି.ଇ.ଏସ.) ତରଫରୁ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତାବିରା ଗିରିନ୍ଦ୍ର ସାହୁ, ମୁଖ୍ୟ ବକ୍ତା ରୂପେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ବରଗଡ଼ର ପର୍ଯ୍ୟବେକ୍ଷକ ଗୋପୀନାଥ ପଧାନ , ସମ୍ମାନିତ ଅତିଥି ରୂପେ ସି.ଡି.ପି.ଓ. ଅତାବିରା ଉର୍ମିଳା ପରିଡ଼ା, ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଜିତ ସତିଶ କୁମାର ନାୟକ ମଞ୍ଚାସିନ ଥିଲେ । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର କୁଇଜ୍ ଉପ କନିଷ୍ଠ ,କନିଷ୍ଠ ଏବଂ ବରିଷ୍ଠ ଆଦି ତିନୋଟି ବିଭାଗରେ ପ୍ରତିଯୋଗିତା ହୋଇ ଥିବା ବେଳେ , ସି.ଇ.ଏସ. ର ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା କେବଳ ନବମ ଦଶମର ପିଲା ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ପ୍ରକଳ୍ପ ପ୍ରଦର୍ଶନୀ ରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବିଭାଗରେ ଏବଂ ନବମ ଓ ଦଶମ ଶ୍ରେଣୀ ର ପିଲା ବରିଷ୍ଠ ବିଭାଗରେ ଭାଗ ନେଇ ଥିଲେ । ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ,ତୃତୀୟ ସ୍ଥାନ ହାସଲ କରିଥିବା ପିଲା ମାନଙ୍କୁ ମୋମେଣ୍ଟୋ ଓ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସି.ଆର୍.ସି.ସି. ରଶ୍ମିରାଣୀ ନନ୍ଦ,କେଶବ ଛନ୍ଦ,ତ୍ରିଲୋଚନ ସେଠ୍,ନନ୍ଦିଘୋଷ ଭୁଏ,ରଞ୍ଜନ ବାଗ,ସୁବାସ ମହାନନ୍ଦ,ଧରମ ନାଏକ,କୃତାର୍ଥ ଚନ୍ଦ୍ର ଭୁଏ,ରାଜୀବ ବିଶ୍ଵାଳ ,ସିତାପତି ପ୍ରଧାନ,ସୁଦାମ ଭୁଏ,ଆଶିଷ ନାଥ, ବଳରାମ ମେହେର,ନୃପ ଭୋଇ ଏବଂ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଜିତ ସତିଶ କୁମାର ନାୟକ । ରା ପ୍ରକଳ୍ପ ପ୍ରଦର୍ଶନୀ କନିଷ୍ଠ ରେ ନୈନା ସେଠ୍,ଅଂଶିକା ସାହୁ,ଆୟୁଷ ପ୍ରଧାନ , ବରିଷ୍ଠ ରେ ଚିନ୍ମୟୀ ବିଶ୍ଵାଳ, ବର୍ଷା ମେହେର, ସନତ କୁମାର ମହାପାତ୍ର, ରା କୁଇଜ୍ ଉପ କନିଷ୍ଠ ରେ ଅର୍ପିତା ସାହୁ,ଅସ୍ମିତା ସାହୁ,ଆରାଧ୍ୟା ସାହୁ, କୁଇଜ୍ କନିଷ୍ଠ ରେ ଅଂଶୁମାନ ପ୍ରଧାନ,ଅର୍ପିତା ବାରିକ,ସୁଧାଂଶୁ ତାଣ୍ଡି ,କୁଇଜ୍ ବରିଷ୍ଠ ରେ ଅଂଶୁ ପ୍ରଧାନ,ଅଦ୍ୟଶା ପଣ୍ଡା ,ଶ୍ରିତିକ୍ରିଷ୍ଣା ସାହୁ, ସି.ଇ.ଏସ. ପ୍ରକଳ୍ପ ପ୍ରଦର୍ଶନୀ ରେ ଜସ୍ମିଁ ଭୋଇ,ଅଙ୍କିତା ଛନ୍ଦ,ଆଦ୍ୟାଶା ପଣ୍ଡା ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ଉତ୍ସବରେ ସି.ଆର.ସି.ସି. ରଞ୍ଜନ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।
