April 30, 2026

ନବରଙ୍ଗପୁର ଜିଲ୍ଲାର ନିଃସ୍ଵାର୍ଥପର ଅଫିସରଙ୍କ ଉପରେ ମିଥ୍ୟା ଅଭିଯୋଗ………

IMG-20251129-WA0010
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲକା ନିଃସ୍ଵାର୍ଥପର ଭାବେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ କରି ମଧ୍ୟ ଅନେକ ରୋଷ ଓ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି । ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ଶ୍ରୀଯୁକ୍ତ ପାଲକା ନିଜ କାମ କୁ ସୁଚାରୁ ରୂପେ ପାଳନ କରନ୍ତି, କିନ୍ତୁ ଅନେକ ରାଜନେତା ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଅନ୍ୟତ୍ର ବଦଳି କରିବା ପାଇଁ ଚେଷ୍ଟା କରୁଛନ୍ତି। ଯେଉଁ ଜିଲ୍ଲା ମଙ୍ଗଳ ଅଧିକାରୀ ଜିଲ୍ଲାର ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ତପ୍ତର ଏବଂ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦିଅନ୍ତି ଯେ କିପରି ଛାତ୍ର ଛାତ୍ରୀଙ୍କ ସବୁ ସୁବିଧା ପାଇ ପାରିବେ ସରକାର ଙ୍କର, ସେହିଭଳି ଅଫସରଙ୍କ ବିରୁଦ୍ଧ ରେ ମିଥ୍ୟା ଅଭିଯୋଗ କରିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏତଦ୍ ବ୍ୟତୀତ ଅନ୍ତେବାସି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପାଠ ପଢା ସହ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ପାଇଁ ସଦା ସର୍ବଦା ତତ୍ପର ଅଛନ୍ତି। ସେହି ଭଳି ଅଫିସରଙ୍କ ଵିରୁଦ୍ଧ ରେ ମିଥ୍ୟା ଅଭିଯୋଗ କରାଯାଉଛି, ଯାହା ଫଳରେ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବ ବୋଲି ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

You may have missed