June 21, 2026

ଆଞ୍ଚଳିକ ବିଜ୍ଞାନ ମେଳାରେ ୬୦ ପ୍ରକଳ୍ପ ପ୍ରଦର୍ଶିତ..

IMG-20241129-WA0031
Share

 

 

ବୋଲଗଡ଼,(ଉପାନ୍ତ ଖବର):ଭାରତୀୟ ଶିକ୍ଷା ପରିଷଦ,ଓଡ଼ିଶା ଶାଖା ଅନୁବନ୍ଧିତ ଖୋର୍ଦ୍ଧା – ନୟାଗଡ଼ ଜୋନ ସ୍ତରୀୟ ବିଜ୍ଞାନମେଳା ବୋଲଗଡ଼ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏହି ଜୋନ ଅନ୍ତର୍ଗତ ବୋଲଗଡ଼,ଭୀମପଡା,ଦଶପଲ୍ଲା, ମାଣିକଗୋଡା,ଢୋଲମରା,ହଜ ଓ ବନମାଳୀପୁର ର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଏବଂ ସାନପଦର ସ୍ଥିତ ସାରସ୍ଵତ ସରସ୍ବତୀ ବିଦ୍ୟାମନ୍ଦିର ଓ ବଙ୍କୋଇ ସ୍ଥିତ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ଆଦି ୯ ଗୋଟି ବିଦ୍ୟାଳୟରୁ ୨୦୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ୬୦ ଟି ପ୍ରକଳ୍ପ ପ୍ରଦର୍ଶିନ କରିଥିଲେ।ମୁଖ୍ୟତଃ ଟ୍ରାଫିକ ନିୟନ୍ତ୍ରଣ,ସଡ଼କସୁରକ୍ଷା,କୀଟପତଙ୍ଗ ଦାଉରୁ ଫସଲରକ୍ଷା,ବିଶୁଦ୍ଧ ଜଳ, ବର୍ଷାଜଳ ସଂରକ୍ଷଣ,ଜଳ ଅମଳ,ସ୍ମାର୍ଟ ସିଟି,ଭାସମାନ ଘର,ଆଦର୍ଶଗ୍ରାମ,ଖାଦ୍ୟ ପ୍ରକ୍ରିୟାକରଣ,,ଜଳ ଚକ୍ର ସମେତ ଅନ୍ୟାନ୍ୟ ଅନେକ ବୈଜ୍ଞାନିକ ପ୍ରକଳ୍ପ ସବୁ ପ୍ରଦର୍ଶିତ ହୋଇଥିଲା।ଏହି ବିଜ୍ଞାନ ମେଳାକୁ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ସଭାପତି ଲଲାଟେନ୍ଦୁ କେଶରୀ ସିଂହ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକଶିକ୍ଷୟତ୍ରୀ,ସଭାପତି,ସମ୍ପାଦକମାନେ ଉପସ୍ଥିତ ଥିଲେ।ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆୟୋଜକ ଅନୁଷ୍ଠାନ ସଭାପତି ଲଲାଟେନ୍ଦୁ କେଶରୀ ସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା ଓ ସମ୍ମାନିତ ଅତିଥି ଭାବେ ଆୟୋଜକ ଅନୁଷ୍ଠାନ ସମ୍ପାଦକ ହରିହର ସାହୁ,ସହସମ୍ପାଦକ ସନାତନ ପାଟ୍ଟଶାଣୀ ପ୍ରମୁଖ ମଞ୍ଚାସିନ ଥିଲେ।ଗୁରୁମା ସୀମା ଖୁଣ୍ଟିଆ ସ୍ବାଗତ ସଙ୍ଗୀତ ଗାନ କରିବା ପରେ ପରିଷଦର ଜୋନାଲ ସଂଯୋଜକ ତଥା ପ୍ରଧାନଆଚାର୍ଯ୍ୟ ଶ୍ରୀବତ୍ସ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଜୁନିୟର ,ସବଜୁନିୟର ଓ ସିନିୟର୍ ବିଭାଗରେ ପ୍ରକଳ୍ପ ଗୁଡ଼ିକୁ ଚୟନ କରାଯାଇ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଆଯିଥିଲ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଜୋଗ କରିଥଲେ। ଶେଷରେ ଅନ୍ୟତମ ଜୋନ ସଂଯୋଜକ ସହଦେବ ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।