June 21, 2026

ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ, ଦଶ ଗ୍ରାମ ବ୍ରାଉନ ସୁଗାର ଜବତ —

IMG-20241129-WA0003
Share

 

ପାରାଦୀପ ପୋଲିସ କୁ ବଡ ସଫଳତା। ଜଣେ ଚୋରା ବ୍ରାଉନସୁଗାର ବେପାରୀ କୁ ଗିରଫ କରିବା ସହିତ ତାଠାରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ଉକ୍ତ ଚୋରା ବେପାରୀ ଜଣଙ୍କ ହେଲା ପାରାଦୀପ ଅଠରବାଙ୍କୀ ସ୍ଥିତ ଲକପଡା ଅଞ୍ଚଳର ସାଗର ପୋରଦାର୍। ସେ ଦୀର୍ଘଦିନ ହେବ ପାରାଦୀପ ସ୍ଥିତ ଅଠରବାଙ୍କୀ ସ୍ଥିତ ଲକପଡା ରେ ରହି ଏହି ବ୍ରାଉନସୁଗାର ବେପାର ଚଳାଇ ଆସୁଥିବା ପୋଲିସ ପ୍ରକାଶ କରିଛି। ତେବେ ଗତ ମଙ୍ଗଳବାର ରାତିରେ ମଧୁବନ ଓ ଅଠରବାଙ୍କୀ ରାସ୍ତା ମଧ୍ୟରେ ରହି ଏହି ଚୋରା କାରବାର ଚାଲିଥିବା ନେଇ ସୂଚନା ପାଇବା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ହଠାତ ପହଞ୍ଚି ବ୍ରାଉନସୁଗାର ବେପାରୀ ସାଗରକୁ ଉଠାଇ ଆଣି କୋର୍ଟ ଚାଲାଣ କରାଯାଇଛି। ତେବେ ଖୁବଶୀଘ୍ର ଏହି ପରି ଚୋରା କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ମାଷ୍ଟର ପ୍ଲାନ ଚାଲିଥିବା ବେଳେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରାଯାଇଛି। ସେହିପରି ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯିବ ବୋଲି ଜଗତସିଂହପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

 

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ୍ ଉପାନ୍ତ ଖବର )