July 6, 2024

ବାବା ଲୋକନାଥ ମନ୍ଦିର ରେ ରତ୍ନ ମୁଦ ପଡ଼ିଲା

Share

ବାବା ଲୋକନାଥ ମନ୍ଦିର ରେ ରତ୍ନ ମୁଦ ପଡ଼ିଲା

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଉମରକୋଟ ବ୍ଲକ ଅଧିନରେ ବଡ ଭରଣ୍ଡି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ନାଗରା ଡଙ୍ଗରି ଗ୍ରାମରେ ବାବା ଲୋକନାଥ ମନ୍ଦିରର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟରେ ଗତ ୨୬ ତାରିଖ ଦିନ ଆରଂଭ ହେଇ ଆଜି ସମ୍ପନ୍ନ ହେଇ ଥିଲା। ଏହି ଅବସରରେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା, ବାପି ସିଲ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଭଗତ, ଜଗତ ,ରୈତ ମିଶି ମହା ଅ।ନନ୍ଦରେ ପରିଚାଳନା କରିଥିଲେ।
ଗ୍ରାମର ମାଟି ପୂଜାରୀ ଓ ମୋତି।ଗାଇନି ପୂଜାରୀ ଭିମଲ ପୂଜାରୀ, ଶିବ ମନ୍ଦିର ପୂଜାରୀ ଦସମୁ। ପୂଜାରୀ ସମେତ ସମସ୍ତ ପୂଜକ ଉପସ୍ଥିତ ଥିଲେ। ରତ୍ନମୁଦ କାର୍ଯ୍ୟ କୁ ପୂଜକ ଭାବରେ ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ଶାବରୀ ମନ୍ତ୍ରରେ ପୂଜା ହୋମ ଯଜ୍ଞ ପରିଚାଳନା କରି ଥିଲେ। ତାଙ୍କ ସହିତ ଖେଯା ପାଞ୍ଜିଆର ସହଯୋଗ କରିଥିଲେ। ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ସଭାପତି ଉର୍ଦ୍ଧବ ଚରଣ ନାୟକ ମଧ୍ୟ ଯୋଗ ଦେଇଥିଲେ ।ଏହି ଯଜ୍ଞ ସମ୍ପୁର୍ଣ ଶାବରୀ ପୂଜା ପଦ୍ଧତିରେ ହୋଇଥିଲା ଇନ୍ଦ୍ର ଇନ୍ଦ୍ରାଣୀ ବିବାହ ଆଦିବାସୀ ପରମ୍ପରା ରେ ହୋଇଥିଲା । ଆଲେଖ ମହିମା ଭକ୍ତଙ୍କ ଦ୍ଵାରା ଏହି ଠାରେ ଅନ୍ୟ ଏକ ଯଜ୍ଞ ଅନୁଷ୍ଠିତ ହୋଇ ବ୍ରହ୍ମ ଅଗ୍ନି ସ୍ଥାପନ କରା।ଯାଇଥିଲା। ସୁଦୂର ଯୋରନ୍ଦା ରୁ ସାଧୁ ବାବା ଧୁନି ପ୍ରଜ୍ବଳନ କରିଥିଲେ କମିଟିର ସଭାପତି ଟଙ୍କଧର ଗୌଡ଼ ଓ ବାସୁଦେବ ଗୌଡ଼ ମନୋଜ ଗୌଡ଼ ନକୁଳ ଗୌଡ଼ ପରିଚାଳନା କରିଥିଲେ ଶତାଧିକ ଭକ୍ତଙ୍କ ଖାଦ୍ୟପେୟ ବ୍ୟବସ୍ଥା କରା ଯାଇଥିଲା। ସହସ୍ରାଧିକ ଭକ୍ତ ରତ୍ନ ଧାନ୍ୟ ଅର୍ପଣ କରିଥିଲେ,ମହୁଲି ବଙ୍ଗୀୟ ଭକ୍ତମାନଙ୍କୁ ନେଇ ସଂକୀର୍ତ୍ତନ ଦୁଇ ଦଳ ଅଂଶ ଗ୍ରହଣ କରିଥିବା ବେଳେ କଳାହାଣ୍ଡିରୁ ସଂକୀର୍ତ୍ତନ ଦଳ ମଧ୍ୟ ଯୋଗ ଦେଇଥିଲେ। ବହୁତ୍ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

You may have missed