ଗିର୍ଲା ରେ ମୋ ବ୍ୟାଙ୍କ ସେବା ର ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ

IMG-20231128-WA0050
Share

ଗିର୍ଲା ରେ ମୋ ବ୍ୟାଙ୍କ ସେବା ର ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୀର୍ଲ୍ଲା ପଞ୍ଚାୟତ ସଦର ମୋହକୁମାର କଲ୍ୟାଣ ମଣ୍ଡପ ଠାରେ ମୋ ବ୍ୟାଙ୍କ ସେବା ଉଦଘାଟନ ଆଜି ସନ୍ଧ୍ୟା ରେ ହୋଇଯାଇଛି I ଓଡିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ କର କମଳ ରେ ବିଡିଓ କନଫେର୍ଣ୍ଷସ ମାଧ୍ୟମରେ ଲୋକାର୍ପିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଶ୍ରୀମତୀ କମଳା ପୂଜାରୀ. ଉପାଧକ୍ଷ ବାବୁଲି ପାଣି ଗ୍ରାହୀ. ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୀତା ମାଝୀ. ସାଂସଦ ପ୍ରତିନିଧି ତ୍ରିପତି ବାଲାଜୀ ମହାନ୍ତି. ରାଜୁ ବକ୍ସି. ସଦା ଦିଆନ. ବିଡ଼ିଓ ଲଳିତ ମଣ୍ଡଳ. ସରପଞ୍ଚ ଜଗ ମହନ ମାଝୀ. ରାମ ପୂଜାରୀ. ଙ୍କ ସମେତ ଜଣେ ୟୁ ଏନ ବି ବ୍ୟାଙ୍କର କର୍ମଚାରି ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିବାର ଜଣା ଯାଇଛି. ପ୍ରତି ବର୍ଷ ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହେଉଅଛି. ଗ୍ରାହକ ମାନେ କେତେ ସେବା ପାଉଛନ୍ତି. ତାହା କାହାରିକୁ ଅଛପା ନାହିଁ ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତରେ ଚିତାଗାଁ ର ଜଣେ ଜମାକାରୀ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରି ଥିବାର ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା ଖବର I

You may have missed