ମୃତ ଯୁବକଙ୍କ ଶବକୁ ବୋହିଲେ ଯୁବତୀମାନେ

ଲାଞ୍ଜିଗଡ଼ (ପୁରନ୍ଦର ଦଣ୍ଡସେନା)
ତା – 29/10/2025
ମୃତ ଯୁବକଙ୍କ ଶବକୁ ବୋହିଲେ ଯୁବତୀମାନେ
“ମାନବିକତା ଏବେ ବି ବଞ୍ଚିଛି — ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ଗ୍ରାମର ପ୍ରଧାନୀ ପଡ଼ାର ଜଣେ ଯୁବକଙ୍କ ଶବଯାତ୍ରାରେ।”
ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ବୋହିବା ପାଇଁ କେହି ଆସିନଥିଲେ। କିଛିଦିନ ପୂର୍ବରୁ ବାପା ମା ଓ ଦୁଇ ଭାଇଙ୍କୁ ହରାଇ ଥିବାରୁ ମୃତଦେହ ଅନାଥ ଅବସ୍ଥାରେ ସକାଳ ପ୍ରାୟ 8ଟା ରୁ ଦିନ 3ଟା ଯାଏଁ ପଡ଼ିରହିଲା। ମହେନ୍ଦ୍ର ଙ୍କ ବୃଦ୍ଧ ବଡ଼ ବାପା ସମସ୍ତଙ୍କୁ ଅନୁରୋଧ କଲେ ମଧ୍ୟ କେହି ଆସିନଥିଲେ। ସେତେବେଳେ ମନୁଷ୍ୟତାର ନିଜସ୍ୱ ରୂପ ଦେଖାଇଲେ ତିନି ଜଣ ଯୁବତୀ।
ସେମାନେ ନିଜେ ଶବକୁ କାନ୍ଧରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଗଲେ। ସମାଜରେ ଯେଉଁଠାରେ ମହିଳାଙ୍କୁ ଏପରି କାମରୁ ଦୂରେ ରଖାଯାଏ, ସେଠାରେ ଏହି ଘଟଣା ହୋଇଛି ଅଭୂତପୂର୍ବ।
ଏହି ତିନି ଯୁବତୀଙ୍କ ସାହସ ଓ ମାନବିକତା ଏବେ ସମାଜରେ ଚର୍ଚ୍ଚାର ବିଷୟ ପାଲଟିଛି ।ଅନେକ କହୁଛନ୍ତି — “ସେମାନେ ମାନବତାର ସତ୍ୟ ଅର୍ଥକୁ ନୂଆ ଜୀବନ ଦେଲେ।”
ଏକ ଛୋଟ ଉଦାହରଣ, କିନ୍ତୁ ଗଭୀର ସନ୍ଦେଶ — ମାନବିକତା ହିଁ ସବୁଠାରୁ ବଡ଼ ଧର୍ମ।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*
