June 29, 2024

ସହରର ଭିଭିନ୍ନ ପୂଜାମଣ୍ଡପରେ ରେ ପୂଜା ପାଇଲେ ମା ଗଜଲକ୍ଷ୍ମୀ

Share

 

ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହରର ଭିଭିନ୍ନ ସାହି ମାଙ୍କରେ କୁମାର ପୂର୍ଣ୍ଣମୀ ଅବସରରେ ମା ଗଜଲକ୍ଷ୍ମୀଗଞ୍ଜାମ ପୂଜା

ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି । ବଡବଜାର ବଣିକସଂଘ ପକ୍ଷରୁ ବଡବଜାରରେ, ପୁଇଁତୋଳା ସାନସାହି, ଦାମଦର ପୁର

, ଗଞ୍ଜାମ ରାଉଳ ସାହି, ଅଗସ୍ତି ନୁଆଁ ଗଁ, ପୁରୁଣା ବନ୍ଦ ଆଦି ବିଭିନ୍ନ ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ପୁରୋହିତମାନଙ୍କ ଦ୍ବାରା ବିଭିନ୍ନ ପୂଜାମଣ୍ଡପରେ ବିରାଜିତ ଗଜଲକ୍ଷ୍ମୀଙ୍କର ହୋମ ଯଜ୍ଞ ସହ ପୂଜା ମନ୍ନ ପାଠ ଆଦି କାର୍ଯ୍ୟକ୍ରମ ହୋଇଥିଲା ।

ସ୍ଥାନୀୟ ବଡବଜାର ପୂଜା ମଣ୍ଡପରେ ଦେବୀ ଗଜଲଷ୍ମୀଙ୍କ ପୂଜା କାର୍ଯ୍ୟ ପୁରୋହିତ କଲୁ ଚରଣ ଶତପଥୀ ଦ୍ବାରା ସମ୍ପାଦିତ ହୋଇଥିଲା ବେଳେ କର୍ତ୍ତା ଭାବେ ମହେନ୍ଦ୍ର କୁମାର ପଣ୍ଡା ଦାୟିତ୍ବ ନିର୍ବାହ କରିଥିଲେ । ସେହିପରି ଦାମଦରପୁର ପୂଜା ମଣ୍ଡପରେ ମା ଗଜଲଷ୍ମୀଙ୍କ ପୂଜାକାର୍ଯ୍ୟରେ ପୁରୋହିତ ଭାବେ ମାଗା ପଣ୍ଡା ଯୋଗ ଦେଇଥିଲେ ପୁଇଁତୋଳା ରେ ପୁରହିତ ବାବୁ ରଥ କର୍ତ୍ତା ଭାବେ ହରିହର ବିଶ୍ୱାଳ, ଅଗସ୍ତିନୁଆଁ ଗାଁ ପୂଜା ମଣ୍ଡପରେ ପୁରୋହିତ କେଦାର ପଣ୍ଡା ଯୋଗଦେଇ ଥିଲେ । ତେବେ ଏଥର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଅପରାହ୍ନ ୪ଟା ସୁଦ୍ଧା ମା ଗଜଲଷ୍ମୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇ ମାଆ ଙ୍କୁ ବିଶ୍ରାମ ଦିଆଦେଇଥିଲ l