October 18, 2026

୧୯୯୯ ମହାବାତ୍ୟା ବିପର୍ଯ୍ଯୟ ଦିବସର ସ୍ମୃତି ଚାରଣ ବୈଠକ 

IMG-20231029-WA0030
Share

 

ବୁଗୁଡା :ତା ୨୯/୧୦/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ପୁରୁଣା ସଭାଗୃହରେ ଆଜି ଗତ ୧୯୯୯ ଅକ୍ଟୋବର ୨୯ରେ ଘଟିଥିବା ମହାବାତ୍ୟା ଭଳି ବିପର୍ଯ୍ୟୟ ଦିବସର ସ୍ମରଣାର୍ଥେ ଏକ ସ୍ମୃତି ଚାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ବିଡିଓ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ, ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ ,ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଗତ ୧୯୯୯ ଅକ୍ଟୋବର ଆଜିର ଦିନରେ ଘଟିଥିବା ମହାବାତ୍ୟାର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହ ଯଦି ଭବିଷ୍ୟତରେ ଏଭଳି ଭୟାବହତା ଘଟଣା ଘଟେ ତେବେ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନେ ବିସ୍ତୃତ ଆଲୋଚନା ପୂର୍ବକ ସମସ୍ତଙ୍କୁ ସଚେତନ କରିଥିଲେ। ଏ ନେଇ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ଜିପିଇଓ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିଗଣ ଉପସ୍ଥିତ ରହିଥିଲେ।