June 29, 2024

କୋରାପୁଟ ଜିଲ୍ଲା ସ୍ତରୀୟ ବିପର୍ଯୟ ପ୍ରଶମନ ଦିବସ ପାଳନ

Share

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ବାଲିଆକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ

ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୩ ରବିବାର

ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯୟ

ପରିଚାଳନା କର୍ତ୍ତୃପକ୍ଷ ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ

ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥ୍‌ ଭାବେ ଜିଲ୍ଲା ପରିଷଦ

ସଭାପତି ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ନମିତା ମାଝୀ,

କୋରାପୁଟ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି, କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବାହୀ

ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ପ୍ରମୁଖ

ଉଦବୋଧନ ଦେଇଥିଲେ । ଆଜିର ଏହି ଦିବସ ପାଳନର ମୁଖ୍ୟ ବିଷୟ ଥିଲା ସଶକ୍ତ ଗୋଷ୍ଠୀ ସୁରକ୍ଷିତ

ଓଡିଶା । ଯାହା ଉପରେ ବକ୍ତା ମାନେ ଆଲୋଚନା କରିଥିଲେ | ବକ୍ତା ମାନେ ୨୪ ବର୍ଷ ତଳେ ଆଜିର

ଦିବସରେ ୧୯୯୯ ମହାବାତ୍ୟାକୁ ସ୍ମରଣ କରାଇ ସେତେବେଳେ ରାଜ୍ୟ ସାମ୍ନା କରିଥବା ବିପର୍ଯୟକୁ ଆଜିର

ବିପର୍ଯୟ ପ୍ରସ୍ତୁତି ସହ ତୁଳନା କରିଥିଲେ । ବିପର୍ଯୟ ରୋକିବାରେ ଆମର ଉପାୟ ସେତେବେଳେ

ନଥିବାବେଳେ ବିପର୍ଯୟ ଜନିତ ଖେୟକ୍ଷତି ରୋକିବାରେ ଆମେ ୨୪ ବର୍ଷ ମଧ୍ୟରେ ଅନେକ ସଫଳ

ହୋଇଥ‌ିବା କହିଥିଲେ । ଆଜି ବିଶ୍ବରେ ସେଥ‌ିପାଇଁ ଓଡିଶା ପ୍ରସଂଶିତ ଓ ପୁରସ୍କୃତ ହୋଇପାରିଛି । ପ୍ରତ୍ୟେକ

ଜୀବନ ମୂଲ୍ୟବାନ ଓ ଏହାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡିଶା ବିପର୍ଯ୍ୟୟ

ପରିଚାଳନାରେ ଅନେକ ସଂଶୋଧନ ଯୋଗୁଁ ସଫଳତା ହାସଲ କରିପାରିଛି | ଜନସାଧରଙ୍କ ସହଯୋଗ

ଏଥିରେ ଅନେକ ସାହାଯ୍ୟ କରିଛି । ଜିଲ୍ଲାସ୍ତରୀୟ ସମାରୋହ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ

ଚିତ୍ରାଙ୍କନ,ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଏହି

ଅବସରରେ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ବିପର୍ଯ୍ୟୟ ପ୍ରଶମନରେ ଉଲ୍ଲେଖନୀୟ କାର୍ଯ୍ୟ

ପାଇଁ ଓଡ୍ରାଫ ଅଗ୍ନିଶମ୍, ବେସାମରିକ ପ୍ରତିରକ୍ଷା ବିଭାଗ ହାଲ, ଜିଲ୍ଲା ଜରୁରୀକାଳୀନ ବିଭାଗର ଡିପିଓ

ଏବଂ ଡି ଆର ଆରଙ୍କୁ ସମ୍ମାନିତ କରାଯାଇଥିଲା | ସଭା ପ୍ରାରମ୍ଭରେ କୋରାପୁଟ ପୌରପାଳିକା

କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିବାବେଳେ ଶ୍ରୀ ପ୍ରକାଶ

କୁମାର ସାମଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଏହି ଅବସରରେ ସକାଳ

୮.୩୦ ମିନଟରେ ଜିଲ୍ଲା କାର୍ଯ୍ୟାଳୟରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲିକୁ

ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରିଶେଷରେ ଶ୍ରୀ ପ୍ରକାଶ କୁମାର ସାମଲ

ଧନ୍ୟବାଦ ଅର୍ପଣ କରିଥିଲେ ।

କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା