June 20, 2026

ଡାକ୍ତର ପାଣୁ ନାୟକଙ୍କ ଦ୍ୱାଦଶାହ ସ୍ମୃତି ସଭା ; ଡ଼ାକ୍ତର ପାଣୁ ନାୟକ ଥିଲେ ଘୁମୁସରର ବରପୁତ୍ର: ମନ୍ତ୍ରୀ ଶ୍ରୀ ଆରୁଖ

IMG-20231029-WA0020
Share

 

 

ବେଲଗୁଣ୍ଠା, 29/10, ବିଶିଷ୍ଟସମାଜସେବୀ ସ୍ୱର୍ଗତ ଡାକ୍ତର ପାଣୁ ନାୟକଙ୍କ ଦ୍ଵାଦଶାହ ସ୍ମୃତିସଭା ଆଜି ଗୋବରା ନୁଆଁପଡ଼ା ମଝି ବୈକୁଣ୍ଠନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଵର୍ଗତ ପାଣୁ ନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଡାକ୍ତର ନାୟକ ଘୁମୁସର ମାଟିର ଜଣେ ବରପୁତ୍ର ଥିଲେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଏହା ସହିତ ଘୁମୁସର ମାଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସଂସ୍କାର,କଳା, ସଂସ୍କୃତି ଏବଂ କ୍ରୀଡ଼ା କ୍ଷେତ୍ରରେ ଡାକ୍ତର ନାୟକଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ଆରୁଖ I ସେହିପରି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗଂଜାମ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ର,ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ଆଳୀୟ ସମାଜ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା, ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା,ସମାଜ ସେବୀ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ ନାୟକଙ୍କ ପରୋପକାର ଏବଂ ବିଭିନ୍ନ ଅନୁଷ୍ଠାନ ଗଠନ ଦିଗରେ ରହିଥିବା ଭୂମିକା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସମାଜସେବୀ ଶୂଳପାଣି ଶତପଥି ମଞ୍ଚ ସଂଯୋଜନା କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଳା ଆନ୍ଦୋଳନର ପୁରୋଧା ସୋମନାଥ ନାୟକ,ଆଇନଜୀବୀ ସନ୍ତୋଷ ବିଶ୍ୱାଳ,ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା, ପୂର୍ବତନ କଲେଜ୍ ଅଧ୍ୟକ୍ଷ ବି ଗୋବିନ୍ଦ୍ର ରାଓ,ସନ୍ତୋଷ କୁମାର ବିଶ୍ବାଳ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସାଂସଦ ପ୍ରତିନିଧି ସନ୍ତୋଷ ସ୍ଵାଇଁଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ଵର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I ଏହି ଅବସରରେ ଶିକ୍ଷକ ରାଜେନ୍ଦ୍ର କୁମାର ବିଷୋୟୀଙ୍କ ତତ୍ତ୍ୱାବଧାନରେ ଭଜନ ପରିବେଷଣ ହୋଇଥିଲା I କାର୍ଯ୍ୟକ୍ରମକୁ ସ୍ଵର୍ଗତ ନାୟକଙ୍କ ପରିବାର ସଦସ୍ୟ ପରିଚାଳନା କରିଥିଲେ Iସେସ୍ପଣ୍ଡ ଅଧ୍ୟକ୍ଷ ସ୍ୱସ୍ତିସୁନ୍ଦର ସିୟ ଧନ୍ୟବାଦ ଦେଇଥିଲେ ।

 

ଫଟୋ

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed