June 20, 2026

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

IMG-20231029-WA0019
Share

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ‌ ସମିତି ସଭାଗୃହ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ ଓ ଜାତୀୟ ବିପର୍ଯ୍ୟୟ ଦିବସ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ଵନ୍ଧରେ ଏକ କର୍ମଶାଳା ପଞ୍ଚାୟତ ସମିତି ଅଧ୍ଯକ୍ଷ ରବି ଶଙ୍କର ଗମାଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ , ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ,ଗୁମୁଡା ଅଗ୍ନିଶମ ଅଧିକାରୀ ଜଗନ୍ନାଥ ରାଓ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଅଧ୍ଯକ୍ଷ ଶ୍ରୀ ଗମାଙ୍ଗ ବାତ୍ଯା ବନ୍ଯା ଭଳି ଆଞ୍ଚଳିକ ବିପର୍ଯ୍ୟୟ ଗୁଡିକର ଭୟାବହତା ଓ ତାର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏଥିପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରିବାକୁ ଉଦ୍‌ବୋଧନ ଦେଇଥିବା କ୍ଷୟକ୍ଷତି ସମୟରେ କିମ୍ବା ଗଛ ପଡ଼ି ରାସ୍ତା ଅବରୋଧ ସମୟରେ ତୁରନ୍ତ ଟ୍ରୋଲ ଫ୍ରି ୧୧୨ନମ୍ବର ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସୂଚନାର ଯଥାଶୀଘ୍ର ପ୍ରସାରଣ, ବିପର୍ଯ୍ୟୟ ସମୟରେ କ୍ଷୀପ୍ର ପଦକ୍ଷେପ ତଥା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ଗ୍ରସ୍ଥ ଲୋକଙ୍କ ସହାୟତା ଓ ଆଶୁ କ୍ଷତିପୂରଣ ଉପରେ ସମସ୍ତ ସ୍ତରରେ ପ୍ରୟାସ କରିବାକୁ ପ୍ରବର୍ତ୍ତାଇଥିଲେ ।ତେବେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପ୍ରାଞ୍ଜଳ ଭାବରେ ବିପର୍ଯ୍ୟୟ ମୁକାବିଲା ର ରୂପରେଖ ଓ ସରକାର ଙ୍କ ଦ୍ବାରା ପ୍ରସ୍ତୁତ ଯୋଜନା ତଥା ଏ ଦିଗରେ ସମିତି, ଗ୍ରାମ ପଞ୍ଚାୟତ କର୍ମଚାରୀ, ଲୋକ ପ୍ରତିନିଧିଙ୍କ ଭୁମିକା ସମ୍ବନ୍ଧରେ ଆଲୋଚନା କରିଥିବା ସହ ସଦୁପଯୋଗ ପୂର୍ବକ ପାଣିପାଗ ର ଧ୍ଯାନ ରଖିବା ତଥା ସମସ୍ତ ବିଭାଗ ମିଳିତ ଉଦ୍ଯମ କରିବା କୁ ଆହ୍ବାନ କରିଥିଲେ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ‌ କରିଥିଲେ।

 

ରିପୋର୍ଟ ସଞ୍ଜୀବ କୁମାର ଦାଶ

You may have missed