November 26, 2024

ଥେରୁବାଲି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦ୍ଘାଟିତ

Share

 

ରାୟଗଡା :କମ୍ପୁଟର ଶିଖିଲେ ମହିଳାଟିଏ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ, କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା । ଇମ୍ଫା ପରିପାର୍ଶ୍ଵିକ ଥେରୁବାଲି , କାର୍ତ୍ତିକାଗୁଡା , କେଲିଗୁଡା ,ଖେଦାପଡା, ଡୁମୁରିଗୁଡା ଆଦି ୫ ଗୋଟି ପଞ୍ଚାୟତର ୪୦ ଜଣ ଗୃହିଣୀ ମହିଳା ଓ କିଶୋରୀ ବାଳିକାମାନଙ୍କୁ କମ୍ପୁଟର ସାକ୍ଷର କରିବା ସହ ସେମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ସ୍ଥିତ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଅଫିସ ପରିସରରେ ଏକ ଡିଜିଟାଲ ସାକ୍ଷରତା କେନ୍ଦ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ

କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା ,ସମ୍ମାନୀୟ ଅତିଥିଭାବେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲାକା, ଖେଦାପଡା ସରପଞ୍ଚ ଶ୍ରୀମାନ ନରସିଂହ କିଲାକା , ଡୁମୁରିଗୁଡା ସରପଞ୍ଚ ସୁଶ୍ରୀ ମାଣିକ ପିର୍ବାକା , ଥେରୁବାଲି ପଞ୍ଚାଯତ ନିର୍ବାହୀ ଅଧିକାରୀ ଶ୍ରୀମାନ ଜଲମୁରୁ ଭେନୁ , ଡୁମୁରିଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମାନ ମଦନ ନାୟକ ପ୍ରମୁଖ ଉପସ୍ଥିତଥିଲେ । ଗ୍ରାମୀଣ ମହିଳା ମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଉପସ୍ଥିତ ସରପଞ୍ଚ ଓ ଲୋକ ପ୍ରତିନିଧୀମାନେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ ଓ ଏହାକୁ ଜାରି ରଖିବାକୁ ଅନୁରୋଧ କରିଥିଲେ। ଡିଜିଟାଲ ସାକ୍ଷରତା କିଭଳି ଜଣେ ସାଧାରଣ ମହିଳାକୁ ଅସାଧାରଣ , ସ୍ଵାବଲମ୍ବି ଓ ରୋଜଗାରକ୍ଷମ କରି ପାରିବ ଓ ଏଥିପାଇଁ ଉପଲବଧ ବିଭିର୍ଣ୍ଣ ସରକାରୀ ଯୋଜନା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀବିକାଶ ର ନିର୍ଦ୍ଦେଶକ ତଥା ସାମାଜିକ କର୍ମୀ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ସୂଚନା ଦେଇଥିଲେ। ଇମ୍ଫାର ର ବରିଷ୍ଠ ଲୋକ ସମ୍ପର୍କ ପରିଚାଳକ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହିଭଳି କାର୍ଯ୍ୟକ୍ରମ ପାଇଁ ଇମ୍ଫା ସବୁବେଳେ ଚେଷ୍ଟିତ ଓ ଅଧିକରୁ ଅଧିକ ମହିଳା ଏହାର ସୁଯୋଗ ନେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ଙ୍କ ନେତୃତ୍ବରେ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ । ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ କମ୍ପୁଟର ଶିକ୍ଷା କିଟ୍ ଓ ଗୋଟିଏ ଲେଖାଏଁ ବ୍ୟାଗ ପ୍ରଦାନ କରାଯାଇଛି । ଏହି ପରି ମୋହଟ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା ଅଭଭାବକ ମାନଡଲି ଛାତ୍ରୀ ଗଣ ଏବଂ ଲୋକ ପ୍ରତିନିଧି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଭୃୟାସି ପ୍ରଶଂସା କରିଥିଲେ।

ସୁଚନା ଯୋଗ୍ୟ ଜେ ପ୍ରତିଦିନ ଦୁଇଟି ଦଳରେ ୪୦ ଜଣ ଶିକ୍ଷାର୍ଥୀଙ୍କୁ ଦୁଇ ଘଣ୍ଟା ଲେଖାଏଁ ନୀରବଛିର୍ଣ୍ଣ ଭାବେ 4 ମାସ ତାଲିମ ଦିଆଯିବ। ଉକ୍ତ କାର୍ଯୟକ୍ରମ କୁ ଥେରୁବାଲି BIPF ଟିମ୍ ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମାନ ମାନସ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.