ଖବର ଆଜିର*
*ଖବର ଆଜିର*
ତାରିଖ ୨୯/୦୯/୨୦୨୩ ଶୁକ୍ରବାର ।।
ମାଟିର ମଣିଷର ମୃତ୍ୟୁ । ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ ଏସ ସ୍ୱାମୀନାଥନ । ଏହି ବିଶିଷ୍ଟ ବୈଜ୍ଞାନିକ ଦେଶର ସବୁଜ କ୍ରାନ୍ତିର ପୁରୋଧା ଥିଲେ । ତାଙ୍କ ଅବର୍ତମାନରେ ରାଷ୍ଟ୍ରୁପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।
ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍-୨୦୨୩ ଆରମ୍ଭ ହେବାର ଅଧିକାରୀକ ତାରିଖ ଘୋଷଣା ହୋଇଛି। ସପ୍ତାହବ୍ୟାପି ଚାଲିବାକୁ ଥିବା ଏହି ସେଲ ଭାରତରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ।
ଭୀମ ପୃଷ୍ଟି ପାଇବେ ୪୪ତମ ‘ଶାରଳା ପୁରସ୍କାର’, ‘ଜମ୍ବୁଲୋକ’ ପାଇଁ ହେବେ ସମ୍ମାନିତ ।
ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ
ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ ।
ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଘୋଷଣା କରିଛନ୍ତି ।
ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ଅକ୍ସର ପଟେଲଙ୍କ ସ୍ଥାନରେ ଅଶ୍ୱିନଙ୍କୁ ସୁଯୋଗ ।
ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ ।
୫ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ: ଦେଶବ୍ୟାପୀ ଡେଙ୍ଗୁ ତାଲିକାରେ ଓଡ଼ିଶା ଚତୁର୍ଥ ।
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।
ସ୍ପଷ୍ଟ କଲେ ବଡମ୍ବା କାନାରା ବ୍ୟାଙ୍କ୍ ମ୍ୟାନେଜର, ମାନସିକ ଭାରସାମ୍ୟ ହରାଇ ପଳାଇଥିଲି ।
ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ ।
ଏୟାର୍ ଇଣ୍ଡିଆର ୟୁନିଫର୍ମ ଡିଜାଇନ୍ କରିବେ ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ “କ୍ରାୟୋ ଫର୍ ଗୁଡ୍’’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୁପ୍ରଭାତ ,ଶୁଭ ସକାଳ ।