April 27, 2026
ajiro khabar
Share

 

ପଛକୁ ପଛ ଲଘୁଚାପ ପରେ ପୁଣି ଏକ ଘୂର୍ଣ୍ଣିବଳୟ। ଆସନ୍ତା ୧ ସେପ୍ଟେମ୍ବରରୁ ପୁଣି ଲାଗିରହିବ ବର୍ଷା

 

ନୂଆଁଖାଇ ପାଳନ ଓ ଭେଟଘାଟରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି।

 

ଲୋକସେବା ଭବନ କନଭେନସନରେ ଆଜିଠାରୁ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ, ଉଦଘାଟନ କରିବେ ଓମ୍ ବିର୍ଲା।

 

ରିପୋର୍ଟ ଅନୁସାରେ ଓଡ଼ିଶାରେ ବଢୁଛି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା। ଜଣେ ଜଣେ ଶିକ୍ଷକରେ ୧୧୦୦ ସ୍କୁଲ ଚାଲିଛି।

 

ଭୁବନେଶ୍ୱରରେ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇ ୧୦ ଦିନ ମଧ୍ୟରେ ଶେଷ ହେବ କୁକୁର ଗଣନା

 

କଟକରେ ପୂଜାପାଇଁ ଚାନ୍ଦା ମାଗିଲେ ପୋଲିସକୁ ଜଣାଇବା ପାଇଁ ସହାୟତା ନମ୍ବର: ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ।

 

ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ପେଟ୍ରୋଲ ଢ଼ାଳି ନିଜକୁ ଜାଳି ଦେଲେ ଓକିଲ। ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ସୂଚନା।

 

ଗଂଜାମ ଛତ୍ରପୁରରେ ସମୁଦ୍ରରେ ଓଲଟିଗଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ।

 

ନୟାଗଡ଼ ଦଶପଲ୍ଲାରେ ଗାଁରୁ ୩ କିମି ଦୂରରେ ଆମ୍ବୁଲାନ୍ସ ଅଟକିଲା । ଖଟିଆରେ ମୃତଦେହକୁ ଗ୍ରାମବାସୀ ବୋହିଲେ।

 

ନବରଙ୍ଗପୁର ଉମରକୋଟରେ ଛତିଶଗଡରୁ ଆସିଥିବା ସାର ଟ୍ରାକ୍ଟରକୁ ଅଟକାଇ ସାର ବାଣ୍ଟି ନେଇଗଲେ ବିକଳ ହେଉଥିବା ଚାଷୀ।

 

ନବରଙ୍ଗପୁର ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଛେଦ ଗୃହକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ

 

ଭୁବନେଶ୍ୱରରେ ଦିନରେ ଚୋରୀ ରୋକାଯିବା ଉପାୟ ୟୁଟ୍ୟୁବରେ ମନୋଜ ସିଂ ବତାଉଥିଲେ। ନିଜେ ଚୋରୀ କରି ଗିରଫ ହେଲେ

 

ବଲାଙ୍ଗିରରେ ଦୁଇ କାର୍ ମୁହାଁମୁହିଁ ଦୁର୍ଘଟଣା, ୭ ଗୁରୁତର।

 

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଶିଶୁର ବାମ ଗୋଡ଼ ଅଚଳ ଅଭିଯୋଗ, ହସ୍ପିଟାଲ ଆଗରେ ବିକ୍ଷୋଭ।

 

ପୁରୀ ବ୍ରହ୍ମଗିରି କାଣ୍ଡଗୋଦା ରେ ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ, ପୋଡ଼ିଗଲେ ତିନି ଶ୍ରୀବିଗ୍ରହ

 

ଛତିଶଗଡ଼ ସରକାର ନେଲେ ପଦକ୍ଷେପ, ମାଗଣାରେ ମିଳିବ ନିଟ୍‌ ଓ ଜେଇଇ ପାଇଁ କୋଚିଂ।

 

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୮୧ ଲକ୍ଷ ଟଙ୍କା ପୁରସ୍କାର।

 

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି। ମାଲକାନଗିରି ପ୍ରଭାବିତ

 

ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ କମୁଛି ହିନ୍ଦୁ ଜନସଂଖ୍ୟା। ଯୋଗୀ ଆଦିତ୍ୟନାଥ ପାଇଲେ ରିପୋର୍ଟ।

 

ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ପ୍ରଦୂଷଣ ସଙ୍କଟ, ଆୟୁଷ ୮.୨ ବର୍ଷ କମିଯାଉଛି।

 

ମୋହନ ଭାଗବତ କହିଲେ, ଦେଶର ଉନ୍ନତି ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର

 

ଏସିଆ କପ୍ ହକି ଆଜିଠାରୁ ଆରମ୍ଭ। ଆଠଟି ଦଳକୁ ନେଇ ଏସିଆ ଟାଇଟଲ୍ ଲଢ଼େଇ, ପାକିସ୍ତାନ ଟିମ୍ ଆସିଲା ନାହିଁ

 

ଓଡ଼ିଆ ପୁଅ ଦୀନେଶ ପଟ୍ଟନାୟକ କାନାଡ଼ା ପାଇଁ ଭାରତର ପରବର୍ତ୍ତୀ ହାଇକମିସନର ଭାବେ ନିଯୁକ୍ତ

 

କେନ୍ଦ୍ର ସରକାର କପା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ

 

ୟୁକ୍ରେନ ଉପରେ ୬୨୯ଟି ମିସାଇଲ୍ ଡ୍ରୋନ୍ ମାଡ଼ କଲା ରୁଷ, ୧୪ ମୃତ, ୪୮ ଗୁରୁତର।

 

ଆମେରିକା ଟାରିଫ ମାଡରେ ସୁରଟର ସୁତାକଳ ବ୍ୟବସାୟ ପ୍ରଭାବିତ। ଓଡିଶା ଫେରି ପାରନ୍ତି କିଛି ଦାଦନ ଶ୍ରମିକ

 

ଆଜି ଜାତୀୟ ଖେଳ ଦିବସ

ଆଜି ତେଲୁଗୁ ଭାଷା ଦିବସ

 

ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା)

 

ଆଜି ତିରୋଧାନ: କାଜି ନଜରୁଲ ଇସଲାମ

 

ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା

=======================

*ବନ୍ଦେ ଉତ୍କଳ ଜନନୀ* 🪻