June 13, 2026

ଉତ୍କଳ କଳାକାର ଏକାଡେମୀ, ଜଗତସିଂହପୁର ଶାଖା ର ବୈଠକ ଓ କାର୍ଯ୍ୟକର୍ତ୍ତା ଚୟନ l

IMG-20250829-WA0005
Share

 

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ର ସବୁ ବର୍ଗର କଳାକାର

ମାନଙ୍କୁ ଗୋଟିଏ ପରିବାର ରେ ସାମିଲ କରିବାକୁ ଆରମ୍ଭ ହୋଇଥିବା ଉତ୍କଳ କଳାକାର ଏକାଡେମୀ ର ଜିଲ୍ଲାସ୍ତରୀୟ ଦ୍ଵିତୀୟ ବୈଠକ ଜଗତସିଂହପୁର ସ୍ଥିତ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ବର୍ଷା ଜନିତ ପାଗ ଯୋଗୁଁ ଅନେକ କଳାକାର ଯୋଗ ଦେଇ ପାରି ନଥିଲେ ବି ଅନେକ ଙ୍କ ଉପସ୍ଥିତିରେ ବୈଠକ ଚାଲିଥିଲା l ଜିଲ୍ଲା ସଭାପତି ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଆୟୋଜିତ ବୈଠକରେ ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ମଲ୍ଲିକ, କୋଷାଧକ୍ଷ ଭାଗବତ ପ୍ରସାଦ, ସକ୍ରିୟ ସହଯୋଗ କରିଥିବା ବେଳେ, ଅବସରପ୍ରାପ୍ତ ଶିକ୍ଷକ ଦିଗମ୍ବର ରାଉତ, ଓଡିଶୀ ନୃତ୍ୟଶିକ୍ଷୟିତ୍ରୀ ସ୍ୱପ୍ନା ମିଶ୍ର, ସାହିତ୍ୟିକା, କଳ୍ପନା ବିଶ୍ୱାଳ, ମହାସ୍ମିତା ଓଝା, ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ, ଅଭିନେତା ପ୍ରକାଶ ସେନାପତି, କଣ୍ଠଶିଳ୍ପୀ ମାନସ ରଞ୍ଜନ ସେଠୀ, ବରିଷ୍ଠ ତବଲା ବାଦକ, କବି ପତିତପାବନ ଜେନା, ଅକ୍ଷୟ କୁମାର ବେହେରା, ବସନ୍ତ କୁମାର ମଲ୍ଲିକ, ରାମଚନ୍ଦ୍ର ଶତପଥି, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଷଢଙ୍ଗୀ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସଂଗଠନ କୁ ବଳିଷ୍ଠ କରିବାକୁ ସଂକଳ୍ପ ନେଇଥିଲେ l ବିଭିନ୍ନ ବ୍ଲକ ସ୍ତରୀୟ ନେତୃତ୍ୱ ପାଇଁ କଳ୍ପନା ବିଶ୍ୱାଳ, ସ୍ୱପ୍ନା ମିଶ୍ର, ବସନ୍ତ କୁମାର ମଲ୍ଲିକ, ପ୍ରକାଶ ସେନାପତି, ଦିଗମ୍ବର ରାଉତ, ନିତ୍ୟାନନ୍ଦ ନାୟକ, ସାରଦା ପ୍ରସନ ତ୍ରିପାଠୀ, ମହାସ୍ମିତା ଓଝା ପ୍ରମୁଖ ଙ୍କୁ ଚୟନ କରା ଯାଇଥିଲା l ଖୁବ ଶୀଘ୍ର ଜିଲ୍ଲାର ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରାଯିବ ବୋଲି ଜିଲ୍ଲାର ସଭାପତି ମତ ରଖିଥିଲେ l ଶେଷରେ ଦିଗମ୍ବର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed