November 15, 2024

ଉମରକୋଟ ସାପ୍ତାହିକ ହାଟ ର ଅବସ୍ଥା ସୁଧୁରିବ କେବେ?

Share

 

 

ଉମରକୋଟ:-୨୮/୦୮୨୦୨୪(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଭଳି ଆଦିବାସୀ ପ୍ରବଣ ଜିଲ୍ଲା ରେ ଗାଁ ଗହଳି ର ଲୋକ ହାଟ ବଜାର ଉପରେ ନିର୍ଭର କରିଥାନ୍ତି l ହେଲେ ଉମରକୋଟ ବ୍ଲକର ବେହେଡା, ମlଟଗାଁ,କୋପେନା,ପଦ୍ମଝୋରୀ,ଖଡକା,ତାରାଗାଁ,ବୋନିପଦର,ପାଲଟପରା,ଭାମିନି,ନାଙ୍ଗାଗୁଡ଼ା ଏହି ସବୁ ଗାଁ ମାନଙ୍କରେ ଲୋକମାନେ ସାଧାରଣ ତ ହାଟ ଉପରେ ନିର୍ଭର କରନ୍ତି l ସାପ୍ତାହିକ ହାଟ ରେ ଲୋକଙ୍କୁ ସବୁ ପ୍ରକାର ପରିବା, ରାସନ, ଛତା, ଜୋତା, ଲୁଗାପଟା ପାଇଁ ଗୋଟିଏ ଜାଗାରେ ସବୁ ମିଳୁଛି l ଏହା ଦ୍ଵାରା ସରକାର ଲାଭବାନ ହୁଉନ୍ତି ହେଲେ ହାଟ ଅବସ୍ଥା ପୁରାପୁରି ଖରାପ ଟିକେ ବର୍ଷା ହେଲେ କାଦୁଅ ପଚପଚ ରହିବା ପାଇଁ କୋଠି ଘର ନାହିଁ ତ କୋଉଁଠି ରାସ୍ତା ନାହିଁ ଆଉ କୋଉଠି ପାଣି ର ସୁବିଧା ନାହଁ l ଅସୁବିଧାରେ ଚାଲିଛି ହାଟ ବର୍ଷା ହେଲେ ଲୋକମାନେ ନାହିଁ ନଥିବା ହଇରାଣ ହୋଉଛନ୍ତି l ସୁବିଧା ସବୁ କରିବା ପାଇଁ ସାଧାରଣରେ ଦାବି ହୋଉଛି l କାରଣ ସରକାର ଟିକସ ପାଉଛନ୍ତି, ସବୁ ହାଟରେ ଯେପରିକି ସବୁ ସୁବିଧା ଉପଲବ୍ଧ ହେବ l ସିମେଣ୍ଟ ରାସ୍ତା, ବସିବା ପାଇଁ ଛlତ, ପିଇବା ପାଣି ଵେବସ୍ତା ହେଲେ ଲୋକ ସୁବିଧାରେ ଯାଇଆସିପାରିବେ l