April 29, 2026

ଉମରକୋଟ ପୌର ପରିଷଦ କୁ ଧରିଛି ଶନି ଦୋଷ।, ୫ବର୍ଷ ରେ ବଦଳିଲେଣି ୧୧ ଜଣ ନିର୍ବାହୀ ଅଧିକାରୀ……

IMG-20240829-WA0005
Share

 

ଉମରକୋଟ :- (ଏମ୍ ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହେଉଛି ଉମରକୋଟ ସହର। ୧୯୬୩ମସିହା ରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ମାନ୍ୟତା ପାଇବା ପରେ ୨୦୧୩ ମସିହା ରେ ପୌର ପରିଷଦ ର ମାନ୍ୟତା ପାଇଥିଲା। ପୌର ପରିଷଦ ର ମାନ୍ୟତା ପାଇବା ଠାରୁ ପରିଷଦ ୨୦୧୯ ମସିହା ଯାଏଁ ସବୁ ଠିକ ଠାକ୍ ଥିଲା। କିନ୍ତୁ ୨୦୧୯ ରୁ ଉମରକୋଟ ପୌର ପରିଷଦ କୁ ଗଡାଇଛି ଶନି ଦୋଷ।। ୫ ବର୍ଷ ଭିତରେ ବଦଳିଲେଣି ୧୧ ଜଣ ନିର୍ବାହୀ ଅଧିକାରୀ। ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର କୁ ରାଜ୍ୟ ସରକାର୍ ଏକ ପ୍ରକାର ଅଣ ଦେଖା କରୁ ଥିବା ସହର ରେ ଏବେ ଲୋକ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଅପର ପକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାର ସହର ବାସୀ ଙ୍କ ପାଇଁ ବିଭିନ୍ନ ଯୋଜନା ପରେ ଯୋଜନା ଲାଗୁ କରିଥିବ। ବେଳେ ବିଗତ ୫ ବର୍ଷ ହେଲା ସମସ୍ତ ଯୋଜନା ଏକ ପ୍ରକାର ଦିଗ ହରା ହେଇ ଯାଇଛି। ଏହି ୫ ବର୍ଷ ଭିତରେ ମାତ୍ର ୪ ଜଣ ନିର୍ବାହୀ ଅଧିକାରୀ ମାନଙ୍କୁ ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିଯୁକ୍ତି ଦେଇ ଥିବା ବେଳେ ୭ ଜଣ ବିଡିଓ ମାନଙ୍କ ଦାୟିତ୍ୱ ରେ ଚାଲିଛି ଉମରକୋଟ ପୌର ପରିଷଦ। ଶେଷ ନିର୍ବାହୀ ଅଧିକାରୀ ଭାବେ ଭି. ପ୍ରସାଦ ରାଓ ଉମରକୋଟ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବେ ୨୦୧୫ ରୁ ୨୦୧୯ ଯାଇ କାର୍ଯ୍ୟ କରି ଥିଲେ। କିନ୍ତୁ ତା ପର ଠାରୁ ଆରମ୍ଭ ହେଇଛି ଶନି ଦୋଷ।। ବିଭାଗୀୟ ନିର୍ବାହୀ ଅଧିକାରୀ ଭାବେ ୫ ବର୍ଷ ଭିତରେ ଉପେନ୍ଦ୍ର ଦୀପ ୧୪/୧୧/୧୯ ରୁ ୨୦/୧୧/୨୦, ରାମ ଚନ୍ଦ୍ର ମାଝୀ ୧୯/୫/୨୧ ରୁ ୭/୧୦/୨୦୨୨ , ଋଷି ମାଝି ୭/୧୦/୨୨ ରୁ ୨୬/୧୦/୨୩ ଓ ବନ ମାଳି ଶତପଥି ୧୨/୬/୨୪ ରେ ନିଯୁକ୍ତି ପାଇଛନ୍ତି। କହିବା ପାଇଁ ଗଲେ ଉମରକୋଟ ପୌର ପରିଷଦ ଏହି ୪ ଅଧିକାରୀ ଙ୍କ ଅଧୀନ ରେ ୩ ବର୍ଷ ୮ ମାସ ଥିବା ବେଳେ ବର୍ଷେ ୨ ମାସ କାଳ ୭ ଜଣ ବିଡିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କ ନିଯୁକ୍ତି ରେ ଚାଲିଛି ଉମରକୋଟ ପୌର ପରିଷଦ। ଅପର ପକ୍ଷରେ ବର୍ତ୍ତମାନ ର ନୂତନ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ୧୨/୬ /୨୪ ରୁ କାର୍ଯ୍ୟରେ ଯୋଗ ଦାନ କରିବା ପରେ ବର୍ତ୍ତମାନ ସେ ୩ ମାସ ପାଇଁ ତାଲିମ ପାଇଁ ଚାଲିଗଲେ । ସେ ଆଉ ଫେରିବେ କି ନାହିଁ ସନ୍ଧେହ ସୃଷ୍ଟି ହେଲାଣି। ତାଙ୍କର ପଦନନତି ଥିବାରୁ ସେ ଆଉ ଫେରିବା ଅସମ୍ଭବ ହେଇ ଯାଇ ଥିବା ବେଳେ ପୁଣି ଉମରକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଙ୍କୁ କାମ ଚଳ।ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଅପର ପକ୍ଷରେ ବିଡିଓ ମାନେ ବ୍ଲକ ରେ ଏତେ କାମ ଯେ ସେମାନେ ବ୍ଲକ କୁ ସମ୍ଭାଳି ପାରୁନଥିବା ବେଳେ ଉମରକୋଟ ପରି ଏକ ବଡ ସହର ର ଦାୟିତ୍ୱ ଠିକ୍ ସେ ଦାୟିତ୍ୱ ନିର୍ବାହ କରି ପାରୁନଥିବା ଅଭିଯୋଗ ହେଉଛି।।ଲୋକେ ବିଭିନ୍ନ ସମସ୍ୟା ନେଇ ପୌର କାର୍ଯ୍ୟାଳୟ କୁ ଆସୁ ଥିବା ବେଳେ ନିର୍ବାହୀ ଅଧିକାରୀ ନ ଥିବାରୁ ସେମାନଙ୍କ ଅସୁବିଧା ଜଣାଇ ପାରୁନାହାନ୍ତି। ୫ ବର୍ଷ ହେଲା ଉମରକୋଟ ସହର ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଯେଉଁଟି ଦେଖିଲେ କୁଡ କୁଡ଼ ଅ। ବର୍ଜନା।ଏକ ରାଜ୍ୟ ସରକାର ଏକ ବେସରକାରୀ ସଂସ୍ଥା କୁ ସଫେଇ କାର୍ଯ୍ୟ ଟେକି ଦେବା ପରେ ସହର ର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡୁଛି। ବର୍ତ୍ତମାନ ଡେଙ୍ଗୁ ସହର କୁ ସମ୍ପୂର୍ଣ୍ଣ ଭାବେ ଗ୍ରାସ କରି ରଖିଛି। ପ୍ରତି ୱାର୍ଡ ରେ ଏବେ ଡେ଼ଙ୍ଗୁ ରୋଗୀ। ନିୟମିତ ପୌର ନିର୍ବାହୀ ଅଧିକାରୀ ନ ଥ୍ ବାରୁ ଠିକାଦାର ମାନେ ମଧ୍ୟ ଠିକ ସମୟ ରେ ବିଲ ପାଇ ପାରୁନଥିବା ଅଭିଯୋଗ ମଧ୍ୟ ହେଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଦିଗ ହର। ହେଇ ସାରିଲାଣି। ତୁରନ୍ତ ରାଜ୍ୟ ସରକାର୍ ଏକ ନିୟମିତ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି ଦେବା ପାଇଁ ସହର ବାସୀ ଦାବି କରିଛନ୍ତି।