ଗୁରୁକୁଳ ଶିକ୍ଷା ମନ୍ଦିରର ନୁତନ ଗୃହ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

IMG-20250530-WA0046
Share

 

ଜଗତସିଂହପୁର ପୌରାଞ୍ଚଳ ସ୍ଥାନୀୟ ଦେଭୋଗ ଠାରେ ଥିବା ଗୁରୁକୁଳ ଶିକ୍ଷା ମନ୍ଦିରର ଚଳିତବର୍ଷ ର ବାର୍ଷିକୋତ୍ସବ ସହ ନୁତନ ଗୃହ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃ ରୁ ପ୍ରଥମେ ଅବଧୂତ ସାଧୁ ମାନଙ୍କ ଦ୍ୱାରା ଉକ୍ତ ଗୃହରେ ବ୍ରହ୍ମଗୋଛନ୍ଦ ମହାଯଜ୍ଞ ଦିନତମାମ ଚାଲି ସନ୍ଧ୍ୟା ରେ ପୁର୍ଣାହୁତି ଦିଆଯାଇଥିଲା। ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସନ୍ଥ ଶ୍ରୀ ରାମାଭିଷେକ ଦାଶ ମହାରାଜ , ସମ୍ମାନିତ ଅତିଥି ଭାବରେ ମହନ୍ତ ଶ୍ରୀ ଜଗନ୍ନାଥ ଦାଶଜୀ ମହାରାଜ୍, ମୁଖ୍ୟ ବକ୍ତା ପଣ୍ଡିତ ଶ୍ରୀ ସୁଦର୍ଶନ ତ୍ରିପାଠୀ, ସେକ୍ରେଟାରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ ହେବା ପୁର୍ବରୁ ଏହି ଶିକ୍ଷା ମନ୍ଦିରର କୁନି କୁନି ପିଲାମାନଙ୍କ ଦ୍ୱାରା ଅତିଥି ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ର‌ ଗୀତ ପରିବେଷଣ କରାଯାଇଥିଲା।ପରେ ପରେ ଏହି ଶିକ୍ଷା ମନ୍ଦିର ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ଉପସ୍ଥିତ ଥିବା ଅତିଥି ମାନେ ପିଲାମାନଙ୍କ ଭବିଷ୍ୟତ କାମନା କରିବା ସହ ନିଜ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପିତାମାତା ଙ୍କ ନାଁ ଟେକ ରଖନ୍ତୁ ବୋଲି କହିଥିଲେ ।(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed