April 30, 2026

ମା ରାମଚଣ୍ଡୀ ପୀଠରେ ଷୋଡ଼ଶ ପୂଜା ପାଇଁ ବୈଠକ ଓ ସଫେଇ ଅଭିଯାନ..

IMG-20240828-WA0044
Share

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନିଳାଦ୍ରୀପୁର ଗ୍ରାମ ପର୍ବତ ଶିଖରରେ ମା ରାମଚଣ୍ଡୀ ଅବସ୍ଥିତ । ଏହି କ୍ରମରେ କାଳୀୟଦଳନ ଏକାଦଶୀ ବା ବଡ଼ ଏକାଦଶୀ ପୂର୍ବରୁ ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର,ଓ ତ୍ରିପତି ବାଲାଜୀ ମିଶ୍ରଙ୍କ ଡାକରାରେ ଆଇ.ଆର.ଇ.ରେ କାର୍ଯ୍ୟରତ ଟୁଟୁ ନାୟକ, ମାଧବ ସାସମଲ, ଛତ୍ରପୁର କୋର୍ଟରେ କାର୍ଯ୍ୟରତ ଲକ୍ଷ୍ମୀଧର ପ୍ରଧାନ, ଓକିଲ ଲସିତ ବେହେରା, ମୁନା ଗୌଡ଼, ସମାଜସେବୀ ମନୋଜ ମିଶ୍ର, ଦିନେଶ ମହାନ୍ତି, ଯୋଗେଶ ସେଠି, ଦୀପକ ବେହେରା, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ଉପେନ୍ଦ୍ର ବେହେରା ଓ ନିଳାଦ୍ରୀପୁର ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ଏହି ଶକ୍ତିପୀଠରେ ଏକ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହା ପୂର୍ବାହ୍ନ ୭ ଟା ରୁ ଆରମ୍ଭ ହୋଇ ଦିବା ୯.୩୦ ପର୍ଯ୍ୟନ୍ତ ଯୁବ ସମାଜସେବୀ ମାନେ ଶ୍ରମଦାନ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ଭୁୟସୀ ପ୍ରଶଂସା କରିଥିଲେ। ଏହାପରେ ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କାର୍ଯ୍ୟକାରି ସଭାପତି ଦିବାକର ନାୟକ, ଶଙ୍କର ନାୟକ, ସୁଧୀର ମହାରଣା ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହା ଗତବର୍ଷ ତୁଳନାରେ କେମିତି ଆହୁରି ଆଡମ୍ବରପୂର୍ଣ୍ଣ ହବ ତାହା ଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ ଚର୍ଚ୍ଚା ହେଇଥିଲା l ଏହି ସୂଚନା ମନ୍ଦିର କମିଟି ସଂଯୋଜକ କମଳ ପଣ୍ଡା ସୂଚନା ଦେଇଥିଲେ l

(ପ୍ରଦୀପ କୁମାର ପଣ୍ଡା )