May 14, 2026

ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସୁବିଧା ନିମନ୍ତେ ” ଟେକ ଆଣ୍ଡ ବ୍ରେକ ” ଉଦଘାଟନ କରିଲେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

IMG-20250729-WA0007
Share

ପୁରୀ ସହରରେ ପରିକ୍ରମା ପ୍ରକଳ୍ପ ଉଦଘାଟନ ପରଠାରୁ ବଡଦାଣ୍ଡ ରେ ଭକ୍ତ ଓ ପର୍ଯ୍ୟଟକ ଯିବାଆସିବା କମିବା ସହିତ ବଡଦାଣ୍ଡର ଶ୍ରୀମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ଉଠେଇ ଦିଆଯାଇଛି l ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ମାନଙ୍କ ଚାରିଚକିଆ ଜାନ ଗୁଡିକ ବିରହରେକୃଷ୍ଣପୁର ଛକଠାରୁ ଭୁବନେଶ୍ୱର ସାତପଡ଼ା ବାଇପାସ ଦେଇ ଶ୍ରୀସେତୁ ରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ କୁ ଆସି ସେଠାରୁ ଭକ୍ତମାନେ ଆଉ ବଡଦାଣ୍ଡକୁ ନଯାଇ ଶ୍ରୀଦାଣ୍ଡ ହୋଇ ଶ୍ରୀମନ୍ଦିର କୁ ଯାଉଛନ୍ତି l ମହାପ୍ରଭୁଙ୍କୁ ଦର୍ଶନ କରି ପାର୍କିଂ କୁ ଫେରିବା ବାଟରେ ଶ୍ରୀଦାଣ୍ଡରେ ଭଲ ଟିଫିନ ଟିକିଏ ପାଇବା ଦୂରର କଥା ଭଲ ଚା ଟିକିଏ ପିଇବାକୁ ମିଳିବା କଷ୍ଟକର ହୋଇପଡିଛି l ଏହାକୁ ନଜରରେ ରଖି ପୁରୀ ପରିବା ଦୋକାନୀ ସଙ୍ଘର ସଭାପତି ତଥା ବିଶିଷ୍ଟ ବ୍ୟବସାୟୀ ତଥା ଶତପଥୀ ଏଜେନ୍ସି ର ପ୍ରତିଷ୍ଠାତା ଅଶୋକ କୁମାର ଶତପଥୀଙ୍କ ପ୍ରଚେଷ୍ଟାରେ ଶ୍ରୀସେତୁ ରାସ୍ତାରେ ଏକ ” ହ୍ବାଟ ନଟ କଣ ନାହିଁ ନୁହେଁ ଏଠାରେ ସବୁଅଛି” ଏକ ବ୍ୟବସାୟିକ ପ୍ରତିଷ୍ଠାନ ” ଟେକ ଆଣ୍ଡ ବ୍ରେକ”କୁ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ତଥା ପୁରୀସଦର ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଫିତାକାଟି ଉଦଘାଟନ କରିବା ସହିତ ଶତପଥୀ ଏଜେନ୍ସିର ପ୍ରତିଷ୍ଠାତା ଅଶୋକ ଶତପଥୀଙ୍କର ଏଭଳି ପ୍ରୟାସ କୁ ପ୍ରଶଂସା କରି କହିଛନ୍ତି ଯେ ଏହି ପ୍ରିମିୟମ ଆଇସକ୍ରିମ ପାର୍ଲର ରେ କେବଳ ଇଣ୍ଡିଆ ଡାଏରୀର ଆଇସିକ୍ରିମ ସହିତ ଚା, ସ୍ନାକ୍ସ, ଟିଫିନ, କେକ ଇତ୍ୟାଦି ସକାଳ ଟିଫିନ ଠାରୁ ସନ୍ଧ୍ୟା ଟିଫିନ ଏପରିକି ବିସ୍କୁଟ, ପେଟିସ, ଭେଜ ରୋଲ, ସ୍ୟାଣ୍ଡୁଇଚ ଇତ୍ୟାଦି ଖାଦ୍ୟ ଆଇଟମ ଏହି ରାସ୍ତାରେ ଖାଇବା ପାଇଁ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ନିଜ ନିଜ ପିଲାମାନଙ୍କୁ ନେଇ ଯେଉଁ ଅସୁବିଧା ଭୋଗୁଥିଲେ ଶତପଥୀ ଏଜେନ୍ସିର ଏହି ପ୍ରୟାସ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କୁ ଖୁସିର ଖୋରାକ ଯୋଗାଇଦେବା ସହିତ ସେମାନଙ୍କ ପିଲାମାନେ ଏଠାରେ ସବୁ ସୁବିଧା ପାଇପାରିବେ ବୋଲି କହିଥିଲେ ଜୟନ୍ତ ଷଡ଼ଙ୍ଗୀ l ଏହି ଉଦ୍ଘାଟନୀ ଉତ୍ସବ ପରିଚାଳନା କରିବାରେ ଅନିଲ କୁମାର ଶତପଥୀ ବାପା ଅଶୋକ ଶତପଥୀଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ