ବିଜୁ ଜନତାଦଳ ର ସାଂସଦ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଥିଲେ
ଭୁବନେଶ୍ୱର ( ଦେବାଶିଷ ଦାଶ )
ବିଜୁ ଜନତା ଦଳର ରାଜ୍ୟ ସଭା ସାଂସଦ ମାନଙ୍କ ସହ ବିଜେଡ଼ି ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବିଜେଡ଼ି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ପ୍ରବକ୍ତା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ସହିତ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଥିଲେ l
ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ଡ. ସସ୍ମିତ ପାତ୍ର, ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ମାନସ ମଙ୍ଗରାଜ, ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ, ଶ୍ରୀଯୁକ୍ତ ନିରଂଜନ ବିଶି ଓ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଥିଲେ।
