April 28, 2026

ଅବକାରୀ ଗୋଇନ୍ଦା ବିଭାଗର ଚଢାଉ , ୧୭୨ କେଜି ଗଞ୍ଜେଇ ସହ ୨ଟି ଗାଡି ଜବତ , ୪ ଗିରଫ

IMG-20230729-WA0012
Share

ଅବକାରୀ ଗୋଇନ୍ଦା ବିଭାଗର ଚଢାଉ , ୧୭୨ କେଜି ଗଞ୍ଜେଇ ସହ ୨ଟି ଗାଡି ଜବତ , ୪ ଗିରଫ
ବୁଗୁଡ଼ା : ତା ୨୯/୦୭/୨୩ : ଗଜପତିରୁ କଟକ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପଞ୍ଝାରେ ପଡିଥିବା ଜଣାଯାଇଛି l ପୂର୍ବ ସୂଚନା ପ୍ରକାରେ ବ୍ରହ୍ମପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଗାଁ ଛକରେ ଛକି ବସିଥିବା ବେଳେ ସକାଳ ପ୍ରାୟ ସାଢେ ଦଶଟା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇ ଆସୁଥିବା ଏକ ଧଳା ରଙ୍ଗର ସ୍ବିଫ୍ଟ ଡିଜାଏର କାରକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ବାହାରିଥିଲା l ଅବକାରୀ ବିଭାଗ କାର (ନଂ- ଓଡି ୫ ବିଏ ୭୫୬୧) ସହ ଗଞ୍ଜେଇ ଜବତ କରି ଗାଡି ଡ୍ରାଇଭର କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ବନ୍ଧାଣିମା ଗ୍ରାମର ରଣଧିର ପ୍ରତାପ ସିଂକୁ ଗିରଫ କରିଥିଲେ l ଏହି ଗଞ୍ଜେଇ ଗଜପତି ଜିଲ୍ଲା ଅଡବାରୁ କଟକ ଜିଲ୍ଲାର ଆଠଗଡ଼କୁ ଯାଉଥିଲା ବୋଲି ସୂଚନା ମିଳିଛି l ଅନ୍ୟ ଏକ ଇଣ୍ଡିଗୋ କାର (ନଂ-ଓଡ଼ି ୨ ଏଜେଡ୍ ୩୯୭୨)କୁ ପିଛା କରି ଭଞ୍ଜନଗର ପରେ ଦୁର୍ଗାପ୍ରସାଦ ନିକଟରେ ଧରିଥିଲେ । ଏଥିରୁ ୨୨ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗାଡ଼ିରେ ବସିଥିବା କୋଦଳାର ପବିତ୍ର ବିଷୋୟୀ , ଦୁଃଖିଶ୍ୟାମ ବିଷୋୟୀ ଓ ବବରୁ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଗାଡିଟି ଅଡବାରୁ କବିସୂର୍ଯ୍ୟନଗର ଯାଇଥାନ୍ତା ବୋଲି ସୂଚନା ମିଳିଛି l ତେବେ କରସିଂ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଅବକାରୀ ଟିମକୁ ଚକମା ଦେଇ ଦ୍ରୁତ ଗତିରେ ଖସି ପଳାଇ ଥିବା ଜଣା ପଡିଛି l ବୁଗୁଡ଼ା ପୋଲିସର ସହାୟତାରେ ଉକ୍ତ ଚଡାଉରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡେପୁଟି କମିଶନର ଡମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ କୁବେର ସେଠୀ, ନିରୀକ୍ଷକ ହୃଦୟ ଚାନ୍ଦ ସାମନ୍ତ, ଉପ ନିରୀକ୍ଷକ ଅଜିତ କୁମାର ନାୟକ, ଏଏସଆଇ ବ୍ରଜ ବିହାରୀ ନାୟକ, ରାମେଶ୍ୱର ବେହେରା ଓ ଅବକାରୀ କର୍ମଚାରୀ ସାମିଲ ଥିଲେ l ଏ ନେଇ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ପକ୍ଷରୁ କେସ୍ ନଂ ୨୩୭/୨୩ ଏବଂ ୨୩୮/୨୩ ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।

You may have missed