April 3, 2025

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

Share

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି
ବୁଗୁଡ଼ା : ତା ୨୯/୦୬/୨୩ : ଗୁରୁବାର ଆଷାଢ ଶୁକ୍ଲ
ଏକାଦଶୀ । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ
ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ
ହୋଇଯାଇଛି । ରଥ ଉପରେ ବିଶ୍ବନିୟନାଙ୍କୁ ସୁନାବେଶରେ ଦେଖୁଥିଲେ ଶ୍ରଦ୍ଧାଳୁ ।
ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି
ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ତେବେ
ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ
ବେଶ ମଧ୍ୟ କୁହାଯାଏ । ଠାକୁରଙ୍କ ଯାବତୀୟ ନୀତିକାନ୍ତି
ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ
ଦିଆଯାଇଥିଲା। ବହୁବିଧ ଅଳଙ୍କାରେ ବିଭୂଷିତ
ବିଶ୍ବନିୟନ୍ତାଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା
ବଡ଼ଦାଣ୍ଡରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ପରି ଠାକୁରଙ୍କ
ସୁନାବେଶ ବେଶ କାର୍ଯ୍ୟକ୍ରମ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ
ସଂପନ୍ନ ହୋଇଥିଲା ।