June 16, 2026

ବାଇକ୍ ପଛପଟୁ ଧକ୍କାଦେଲା ଟ୍ରକ୍, ଯୁବତୀ ମୃତ। ପାଞ୍ଚ ଘଣ୍ଟା. ମୁଖ୍ୟରାସ୍ତା ଅବରୋଧକଲେ ସ୍ଥାନିୟ ଲୋକେ ଓ ମୃତକର ସଂମ୍ପର୍କୀୟ।

IMG-20250529-WA0013
Share

 

 

ଗୁଣପୁର -ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାରିଖିତି ଘାଟିରେ ବାଇକ୍ ପଛପଟୁ ଟ୍ରକ୍ ଧକ୍କାଦେବା ଫଳରେ ଜଣେ ଯୁବତୀ ର ମୃତ୍ୟୁ ଘଟିଛି। ମୃତକ ଯୁବତୀ ରୁଗୁଡୁବାଇ ଗ୍ରାମର ପୁଣ୍ଣିମା ମାଣ୍ଡାଙ୍ଗି ବୋଲି ଜଣାପଡିଛି। ବାଇକ୍ ରେ ଥିବା ଅନ୍ୟ ଦୁଇଜଣ ମଧ୍ୟରୁ ଜଣେ ଯୁବତୀ ଓ ଜଣେ ଯୁବକ ଘଟଣା ସ୍ଥଳରେ ଛିଟିକି ପଡ଼ିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ୱାଭାବିକ ରହିଛି। ଟ୍ରକ କୁ ଲୋକେ ଅଟକ ରଖିଥିବା ସହ ରାୟଗଡା- ରାମନାଗୁଡ଼ା ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ସ୍ଥାନିୟ ଲୋକେ ଓ ମୃତକ ର ସଂମ୍ପର୍କୀୟ । ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୌର ମଧ୍ୟ ଉକ୍ତ ଅବରୋଧ ରେ ଫସି ରହିଥିବା ସୂଚନା ମିଳିଛି lଗାଡିଚଳାଚଳ ଦୀର୍ଘ 5 ଘଣ୍ଟା ସଂମ୍ପୁର୍ଣ୍ଣ ବନ୍ଦ ରହିଥିଲା। ଟ୍ରକ୍ ଚାଳକ କୁ ପୋଲିସ୍ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରିରଖିଛି। ରାସ୍ତା ଅବୋରଧ ହଟାଇବା ପାଇଁ ଆନ୍ଦୋଳନ କାରିଙ୍କ ସହ ପୋଲିସ୍ ବୁଝାସୁଝା କରିବାପରେ ଗାଡି ଚଳାଚଳ 5 ଘଣ୍ଟା ପରେ ସ୍ୱାଭିବିକ ହେଇଥିବା ଜଣାପଡିଛି । ମୃତ ଯୁବତୀ ଓ ଅନ୍ୟ ଦୁଇଜଣ ବାଇକ୍ ଯୋଗେ ରୁଗୁଡୁବାଇ ଗ୍ରାମରୁ ରାମନାଗୁଡ଼ା ଅଭିମୁଖେ ଆସୁଥିବା ବେଳେ। ପାରିକିତି ଘାଟିରେ ଟ୍ରକ୍ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଟ୍ରକ ରହିଥିବା ବେଳେ ମେଡିକାଲ ରେ ଶବ ରହିଛି। ଉତ୍ୟକ୍ତ ଲୋକ କହିବା ମୁତାବକ ଯେଉଁ ପର୍ଯ୍ୟନ୍ତ କ୍ଷତି ପୂରଣ ନମିଳେ ସେ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ତା ସହ ପୁଣି କ୍ଷତି ପୂରଣ ନମିଳେ ରାସ୍ତା ରୋକ କରିବା ନେଇ ଚେତାବନି ଦେଇଥିଲେ।

You may have missed