ଉମରକୋଟ ଏକା ସଙ୍ଗେ 3 ଛୁଆ ପ୍ରସବ କଲେ ମହିଳା……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜଣେ ମହିଳା ଆଜି ଏକା ସଙ୍ଗେ ୩ ଛୁଆ ପ୍ରସବ କରିଛନ୍ତି। ସେମାନଙ୍କ ମଧ୍ୟରୁ କନ୍ୟା ଜଣେ ଥିବା ବେଳେ ପୁତ୍ର ସନ୍ତାନ ୨ ଜଣ ଅଛନ୍ତି। ୩ ଶିଶୁ ଙ୍କ ଓଜନ ହେଇଛି ୧୨୮୦, ୨୧୦୦,୧୬୦୦ ଗ୍ରାମ ଅଟେ। ସନ୍ତାନ ପ୍ରସବ କରିଥିବା ମହିଳା ହେଉଛନ୍ତି ମହେଶ ପାଣ୍ଡେ ଙ୍କ ସ୍ତ୍ରୀ ଫୁଲମତି ପାଣ୍ଡେ ବୟସ ହେଉଛି ୩୧ବର୍ଷ। ଘର ହେଉଛି ଉମରକୋଟ ବ୍ଲକ୍ ଅନ୍ତର୍ଗତ ସେମଳା ଗ୍ରାମ ପଞ୍ଚାୟତର ସିଉନାଗୁଡ଼ା ଗ୍ରାମ ଠାରେ। ପ୍ରସବ ବେଦନା ପରେ ଆଜି ସକାଳେ ଆମ୍ବୁଲାନ୍ସ ଯୋଗେ ସ୍ୱାମୀ ମହେଶ ତୁରନ୍ତ ଉମରକୋଟ ଉପଖଣ୍ଡ ହସ୍ପିଟାଲକୁ ନେଇଥିଲେ। ସେଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ଦେ ପ୍ରସବ କରିଥିଲେ। ଏଥି ପୂର୍ବରୁ ମହେଶ ଙ୍କ ୩ ଝିଅ ଅଛନ୍ତି। ତେବେ ଡେଲିଭେରୀ ନର୍ମାଲ କରା ଯାଇଥିଲା ବର୍ତ୍ତମାନ ୩ ଶିଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ବେଳେ ରକ୍ତ ଟିକେ କମ୍ ଥିବାରୁ ମା ଙ୍କୁ ରକ୍ତ ଡିଆ ହେଉଛି ଓ ସେ ମଧ୍ୟ ଶୀଘ୍ର ସୁସ୍ଥ ହେଇ ଘରକୁ ଫେରିବେ ବୋଲି ଛୁଆ ପ୍ରସବ କରିଥିବା ଡକ୍ଟର ଅଭୟ କୁମାର ଦେ ସୂଚନା ପ୍ରଦାନ କରିଛନ୍ତି।
