ଆଦର୍ଶ ଗ୍ରାମ ଅଢାଙ୍କୁର ରେ*ଗଜଲକ୍ଷ୍ମୀ ପୂଜା….
*ଆଦର୍ଶ ଗ୍ରାମ ଅଢାଙ୍କୁର ରେ* *ଗଜଲକ୍ଷ୍ମୀ ପୂଜା.* ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଦର୍ଶ ଗ୍ରାମ ଅଢାଙ୍କୁରରେ ମା ଗଜଲକ୍ଷ୍ମୀ ପୂଜା ବଡ ଧୁମ ଧାମରେ ପାଳିତ ହେଉଛି ଦୀର୍ଘ ଅଠର ବର୍ଷ ଧରି ଚାଲିଥିବା କାର୍ଯ୍ୟକ୍ରମ ବହୁ ଉଚ କୋଟିର ପ୍ରଶଂସନୀୟ ହୋଇଥାଏ. ଏଥିରେ ଗଜଲକ୍ଷ୍ମୀ ପରିବାର ର ସମସ୍ତ ସଦସ୍ୟ ଙ୍କର ପୂର୍ଣ୍ଣ ସହଯୋଗଥାଏ ୬ ଦିନ ଚାଲିଥିବା କାର୍ଯ୍ୟକ୍ରମ ରେ ପ୍ରତିଦିନ ମାଙ୍କ ପାଖରେ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା ହୋଇଥାଏ. ରାତିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭଂଜନ ସମାରୋହ ସାଙ୍ଗକୁ ମେଲୋଡି. ଡାନ୍ସ କାର୍ଯ୍ୟକ୍ରମ ହୋଇଥାଏ.ଗ୍ରାମର କୁନି କୁନି ପିଲା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥାନ୍ତି ଯାତ୍ରା ଜଗତର ଦୁର୍ଦାନ୍ତ ଖଳନାୟକ ସୁବ୍ରତ କୁମାର ତାଙ୍କର କହିବା ଶୈଳୀ ଚିତାକର୍ଷକ ହୃଦୟ ସ୍ପର୍ଶି ହୋଇଥଏ. କୁନି କୁନି କଳାକାର ମାନଙ୍କର ନୃତ୍ୟରେ ମୁଗ୍ଧ ହୋଇ ଦର୍ଶକ ମାନେ ପୁରସ୍କାର ଦେଇଥାନ୍ତି.ଏଥିରେ କୁନି କୁନି ପିଲାମାନେ ବହୁ ଆନନ୍ଦ ଲାଭ କରିଥାନ୍ତି.ଗ୍ରାମର ସମସ୍ତ ଭକ୍ତବୃନ୍ଦ ଓ ଆଖ ପାଖ ଗ୍ରାମର ସମସ୍ତ ଭକ୍ତମାନେ ମାଆ ଙ୍କ ଆଳତି ସମୟରେ ଆଶିଷ ସାନିଧ୍ୟ ଲାଭ କରିଥାନ୍ତି. ରିପୋର୍ଟ ଶାରଦା ପ୍ରସନ୍ନ ପରିଜା
