April 27, 2026

ଉମରକୋଟ ରେ ବିଷାକ୍ତ ସାପ କାମୁଡାରେ ଜଣେ ମୃତ……..

IMG-20250529-WA0007
Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ବୃଦ୍ଧ ଜଣକ ହେଲେ ଉମରକୋଟ ପୈାର ପରିଷଦ ୱାର୍ଡ ନଂ ୧୩ ଡିଏନକେ ର ଚନ୍ଦ୍ର ହରିଜନ (୭୦)। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ର ଗତକାଲି ରାତିରେ ଖାଇପିଇ ଶୋଇବାକୁ ଯାଇଥିଲେ। ଭୋର ୪ ଟା ସମୟରେ ଚନ୍ଦ୍ର ଶୋଇଥିବା ସମୟରେ ଏକ ବିଶାକ୍ତ ନାଗ ସାପ ଆସି ଚନ୍ଦ୍ର ଙ୍କ ଡାହାଣ ଗୋଡ ଓ ହାତରେ କାମୁଡ଼ି ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ଚନ୍ଦ୍ର ଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏଏସଆଇ ନରେନ୍ଦ୍ର ଗୋଲାପି ସମ୍ଭାଳିଛନ୍ତି।