ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ପୁଣି ଜନନୀ ଯନ୍ତ୍ରଣା। ଦେଡ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ…………

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀ ମହିଳାଙ୍କୁ ଦେଡ କିଲୋମିଟର ଖଟିଆରେ ବୁହା ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ର ଡୁମୁନିଗୁଡା ଗାଁ ରେ ।ଡୁମୁନିଗୁଡା ଗାଁ ର ଚକ୍ରଧର ଜାନି ଙ୍କ ସ୍ତ୍ରୀ ବିମଳା ଜାନି ଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଯାଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଗାଁ ଠାରୁ ଦେଡ କିଲୋମିଟର ଦୂରରେ ଅଟକି ରହିଥିଲା। ଯାହା ଫଳରେ ପରିବାର ଲୋକୋ ଏବଂ ଗ୍ରାମବାସୀ ଏକ ଖଟରେ ଭାର କରି ଦେଡ କିଲୋମିଟର ବାଟ କର୍ଲାପଡ଼ା ଗାଁ ପର୍ଯ୍ୟନ୍ତ ଗର୍ଭବତୀ ଙ୍କୁ ଖଟରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ପରେ କର୍ଲାପଡ଼ା ଗାଁ ଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଉଥିବା ବେଳେ ବାଟ ରେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଏକ ଶିଶୁପୁତ୍ର ଙ୍କୁ ଜନ୍ମ ଦେଇଥିଲେ। ତେବେ ବର୍ତମାନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ମା ସୁସ୍ଥ ଥିବାବେଳେ ବାଟରେ ମୃତ ଶିଶୁପୁତ୍ର ଜନ୍ମ ହୋଇଥିବା କହିଛନ୍ତି ଡାକ୍ତର । ତେବେ ଝରିଗାଁ ବ୍ଲକରେ ଏପରି ବାରମ୍ବାର ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳୁଛି । ଏବେବି ବ୍ଲକ ର କେତେକ ଗାଁ ରେ ଗମନାଗମନ ପାଇଁ ରାସ୍ତା ସଂଯୋଗ ନଥିବାରୁ ଜୀବନ ମରଣ ସମସ୍ୟା ଭିତରେ ରହୁଛନ୍ତି ଗ୍ରାମବାସୀ । ବିଶେଷ କରି ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀ ଙ୍କୁ ସୁବିଧାରେ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିବା ହେଉଥିବା ବେଳେ ବାରମ୍ବାର ଏହିଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।