April 28, 2026

ଉମରକୋଟ ନିକଟସ୍ଥ ସାନଭରଣ୍ଡି ଠାରେ ଜନଜାତି ସୁରକ୍ଷା ମଂଚର ମହିଳା ମୋର୍ଚ୍ଚା ଗଠନ…….

IMG-20250529-WA0005
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆଜି ଉମରକୋଟ ବ୍ଲକରେ ବସ ବାସ କରୁଥିବା

୬ ଗୋଟି ଆଦିବାସୀ ସଂପ୍ରଦାୟ

ର ମହିଳା ମାନେ ଏକତ୍ର ହେଇ ଜନ ଜାତି ସୁରକ୍ଷା ମଞ୍ଚର ମହିଳା ମୋର୍ଚ୍ଚା ଗଠନ କରିଛନ୍ତି। ଏଥି ନିମନ୍ତେ ଉମରକୋଟ ନିକଟସ୍ଥ ସାନଭରଣ୍ଡି ଗ୍ରାମ ଠାରେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା। ସର୍ଵ ସମ୍ମତି କ୍ରମେ ସଭାପତି ଭାବେ ଲଛମା ଭତ୍ରା, ଉପ ସଭାପତି ଭାବରେ ନିଳେନ୍ଦ୍ରୀମାଝି,

ସମ୍ପାଦକ ଭାବରେ ବଇଦି

ସାନ୍ତା ମନୋନିତ ହେଇଛନ୍ତି। ପର୍ଯ୍ୟବେକ୍ଷକ ଭାବରେ ଘନ ଶ୍ୟାମ ଗଣ୍ଡ, ଓ ପିଲସାଏ ଗଣ୍ଡ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମ ଟି ଉମରକୋଟ ବ୍ଲକ ସଭାପତି ବୀରସିଂ ମାଝି, କର୍ମଚାରୀ ସେଲ ସଭାପତି କ୍ଷୀରୋଦ କୁମାର ମାଝୀ, ସମ୍ପାଦକ ତ୍ରିନାଥ ଗଣ୍ଡ, କୋଷାଧ୍ୟକ୍ଷ ବିଷମ ଗଣ୍ଡ ଙ୍କ ପ୍ରତକ୍ଷ

ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଆଜିର ବୈଠକ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଘନ ଶ୍ୟାମ ମାଝି, ଜିଲ୍ଲା ସଂଯଜକ ରାଜ ମନ ଭତ୍ରା, ବଳି ରାମ ଗଣ୍ଡ, ସୁକିଗାଁ ସରପଞ୍ଚ ସୁବାଷ ସାନ୍ତା, ସେମଳା ସରପଞ୍ଚ ଲକ୍ଷ୍ମଣ ବଞ୍ଜର।, ଭାମିନି ସରପଞ୍ଚ ମାଳତୀ ମାଝୀ ଙ୍କ ସମେତ ଶତାଧିକ ମହିଳା ପୁରୁଷ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶେଷ ରେ ବିର ସିଂ ମାଝି ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ।